www.samajalive.in
Tuesday, December 9, 2025
16.1 C
Bhubaneswar

ହାଫିଜ ସୟିଦଙ୍କୁ ମଳୁଛି ଭିଆଇପି ଆତିଥ୍ୟ, ବଙ୍ଗଳାରେ ବିତୁଛି ରାତି

ଇସଲାମାବାଦ : ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଜମାତ-ଉଦ-ଦାବାର ମୁଖ୍ୟ ହାଫିଜ ସୟିଦଙ୍କୁ ପାକିସ୍ତାନର ଲାହୋର ସହରରୁ ଗିରଫ କରାଯାଇଛି। ୨୦୦୯ ସମ୍ପର୍କିତ ଏକ ଆତଙ୍କବାଦ ମାମଲାରେ ସୟିଦଙ୍କୁ ଆତଙ୍କବାଦ ନିରୋଧ ବିଭାଗ ଗିରଫ କରିଥିବା ଖବର ମିଳିଥିଲା। ଏବେ ସୟିଦଙ୍କ ଗିରଫଦାରୀ ନେଇ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସୂଚନା ଅନୁସାରେ ସୟିଦଙ୍କୁ କୌଣସି ଜେଲରେ ନୁହେଁ ବରଂ ଏକ ବଙ୍ଗଳାରେ ରଖି ଭିଆଇପି ଆତିଥ୍ୟ ପ୍ରଦାନ କରାଯାଉଛି।
ସୂଚନା ଅନୁସାରେ ଗିରଫଦାରୀ ପରେ ହାଫିଜ ପୁଲିସ୍‍ ଗାଡ଼ିରେ ନୁହେଁ ବରଂ ନିଜ ବିଳାସପୂର୍ଣ୍ଣ ଗାଡ଼ିରେ ବଙ୍ଗଳାକୁ ଯାଇଥିଲା। ଦୁନିଆକୁ ଦେଖାଇବା ପାଇଁ ଏହି ଗିରଫଦାରୀ କରାଯାଇଛି। ତା ଲାଗି ରନ୍ଧା ଖାଦ୍ୟ ତା ଘରୁ ଆସୁଛି। ତା ରାତି ଜେଲରେ ନୁହେଁ ଜେଲରଙ୍କ ବଙ୍ଗଳାରେ କଟୁଛି। ଏହା ପୂର୍ବରୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ ମଦ୍ରାସା ପାଇଁ ବେଆଇନ ଭାବେ ଜମି ଅଧିଗ୍ରହଣ କରିବା ମାମଲାରେ ୨୦୧୯ ଅଗଷ୍ଟ ୩ ପର୍ଯ୍ୟନ୍ତ ହାଫିଜ ସୟିଦ ଏବଂ ତାର ୩ ସହଯୋଗୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେଣୁ ଏହି ଗିରଫଦାରୀ ଲୋକ ଦେଖାଣିଆ ବୋଲି କୁହାଯାଉଛି। ଫଳରେ ବିଶ୍ୱ ଆତଙ୍କବାଦୀ ଘୋଷିତ ହାଫିଜକୁ ନେଇ ପାକିସ୍ତାନର ଦୋମୁହାଁ ନୀତି ଏବେ ପଦାରେ ପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories