www.samajalive.in
Tuesday, December 9, 2025
16.1 C
Bhubaneswar

ସୋନଭଦ୍ର ଯିବାକୁ ନଦେବାରୁ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ବାରାଣାସୀ : ଉତ୍ତରପ୍ରଦେଶ ସୋନଭଦ୍ର ଗୁଳିକାଣ୍ଡରେ ମୃତ ଲୋକଙ୍କ ପରିବାରବର୍ଗଙ୍କୁ ଭେଟିବା ପାଇଁ ସୋନଭଦ୍ର ଯିବାକୁ ଦିଆନଯିବାରୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ସମର୍ଥକ ଶୁକ୍ରବାର ପୂର୍ବାହ୍ଣରୁ ମିର୍ଜାପୁର ଜିଲାର ନାରାୟଣପୁରଠାରେ ଧାରଣାରେ ବସିଥିଲେ। ସେଠାରୁ ପୁଲିସ୍‍ ତାଙ୍କୁ ଉଠାଇ ନେଇ ଚୁନାର ଗେଷ୍ଟ ହାଉସରେ ଛାଡିଥିଲା। ଏବେ ସେ ଚୁନାର ଗେଷ୍ଟ ହାଉସରେ ଧାରଣାରେ ବସିଛନ୍ତି। ସୋନଭଦ୍ର ଯିବାକୁ ନଦେଇ ପୁଲିସ ତାଙ୍କ ସହ ଅପହରଣକାରୀଙ୍କ ଭଳି ବ୍ୟବହାର କରୁଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ସୋନଭଦ୍ର ଜିଲାରେ ଜୁଲାଇ ୧୭ରେ ଜମି ବିବାଦକୁ ନେଇ ୧୦ ଜଣଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ସଂଘର୍ଷରେ ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ଶୁକ୍ରବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାରାଣାସୀରେ ପହଞ୍ଚି ବିଏଚୟୁ ଟ୍ରମା ସେଣ୍ଟର ହସ୍ପିଟାଲରେ ସୋନଭଦ୍ର ସଂଘର୍ଷରେ ଗୁରୁତରଙ୍କୁ ଭେଟିଥିଲେ। ଏହାପରେ ସେ ସୋନଭଦ୍ରର ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ବାହାରିଥିଲେ। କିନ୍ତୁ ମିର୍ଜାପୁର ପୁଲିସ୍‍ କମିଶନରଙ୍କ ନିର୍ଦେଶ କ୍ରମେ ନାରାୟଣପୁରଠାରେ ତାଙ୍କ ଗାଡ଼ିକୁ ଅଟକାଇ ଦିଆଯାଇଥିଲା। ସୋନଭଦ୍ରରେ ୧୪୪ ଧାରା ଲାଗୁ ହୋଇଥିବାରୁ ତାଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯାଇ ପାରିବନାହିଁ ବୋଲି ପୁଲିସ କହିଥିଲା। ଏହାପରେ ପ୍ରିୟଙ୍କା ଓ ତାଙ୍କ ସମର୍ଥକ ନାରାୟଣପୁର ପୁଲିସ ଥାନା ସମ୍ମୁଖ ରାସ୍ତା ଉପରେ ଧାରଣାରେ ବସିଥିଲେ। ବାରଣାସୀ ଡିଏମ ଏବଂ ଏସଏସପି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ । ପରେ ମିର୍ଜାପୁର ଜିଲା ଚୁନାର ଏସଡିଏମ ତାଙ୍କୁ ସେଠାରୁ ଚୁନାର ଗେଷ୍ଟହାଉସକୁ ନେଇଯାଇଥିଲେ। ସେଠାରେ ପ୍ରିୟଙ୍କା ଧାରଣାରେ ବସିଛନ୍ତି। ସୋନଭଦ୍ର ଯିବାକୁ ଦିଆ ନଯିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories