www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରାବଣ ମାସରେ ଏହି କାରଣରୁ ମହିଳା ପିନ୍ଧିଥାଆନ୍ତି ସବୁଜ ରଙ୍ଗର ଚୁଡ଼ି, ଜାଣନ୍ତୁ ଭାଗ୍ୟ ସହ ଏହାର କ’ଣ ରହିଛି ସମ୍ବନ୍ଧ

ଶ୍ରାବଣ ମାସରେ ବିଶେଷ କରି ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶିବ ଭକ୍ତ ମାନଙ୍କ ପାଇଁ ଏହି ମାସର ବହୁତ ମହତ୍ତ୍ୱ ରହିଛି। ଏହି ପବିତ୍ର ମାସରେ ଚତୁଃପାଶ୍ୱର୍ ଶସ୍ୟଶ୍ୟାମଳା ଦେଖାଯାଏ। ମହିଳାମାନେ ସବୁଜ ରଙ୍ଗର ପୋଷାକ, ଚୁଡି ପିନ୍ଧିଥାଆନ୍ତି। ମାତ୍ର ଏହି ମାସରେସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ବିଷୟରେ ଜାଣନ୍ତୁ….
ବୈବାହିକ ଜୀବନ ସୁଖମୟ ହୋଇଥାଏ –
ଯେପରି ଲାଲ ରଙ୍ଗ ବୈବାହିକ ଜୀବନର ସୁଖଶାନ୍ତି ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ ସେହିପରି ସବୁଜ ରଙ୍ଗ ମଧ୍ୟ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ। ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି। ଏପରି କରିବା ଦ୍ୱାରା ପ୍ରଭୁ ମହେଶ୍ୱରଙ୍କର ଆଶୀର୍ବାଦ ମିଳିବା ସହ ପତ୍ନି ଦୀର୍ଘାୟୁ ହୋଇଥାଆନ୍ତି।

courtesy : Punjab Kesari

ଧାର୍ମିକ ଗନ୍ଥରେ ସବୁଜ ରଙ୍ଗ ବୁଧ ଗ୍ରହର ପ୍ରତୀକ ବୋଲି କୁହାଯାଏ। ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ଭଲ ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଏତଦ୍‍ ବ୍ୟତୀତ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ବୁଦ୍ଧି ଓ ସମୃଦ୍ଧି ମିଳିଥାଏ।
କ୍ୟାରିୟର ପାଇଁ ଶୁଭଫଳ ପ୍ରଦାନ କରେ –
ବୁଧ ଗ୍ରହ ଯେକୌଣସି ବ୍ୟକ୍ତିଙ୍କ କ୍ୟାରିୟର ଓ ବ୍ୟବସାୟ ସହ ମଧ୍ୟ ଜଡ଼ିତ। ତେଣୁ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ମନୁଷ୍ୟକୁ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ସୌଭାଗ୍ୟ ପ୍ରାପ୍ତି ପାଇଁ –
ପ୍ରଭୁ ଶିବ ଜଣେ ଯୋଗୀ। ତେଣୁ ତାଙ୍କୁ ପ୍ରକୃତିର ସୁନ୍ଦର ରୂପ ମଧ୍ୟରେ ଧ୍ୟାନ କରିବାକୁ ଖୁବ ପସନ୍ଦ। ସବୁଜର ରଙ୍ଗ ପୋଷାକ ପିନ୍ଧିବା ଓ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି। ତେଣୁ ମହିଳାମାନେ ଏହି ମାସରେ ସବୁଜ ରଙ୍ଗ ବ୍ୟବହାର କରିଥାଆନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories