www.samajalive.in
Sunday, December 7, 2025
14.1 C
Bhubaneswar

ପୁଲିସ ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ଆହତ

ଜୟପୁର : କୋରାପୁଟ ଜିଲାର ଜୟପୁର ପୁଲିସ ବୁଧବାର ଭୋର ସମୟରେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ହାତୀଶାଳୀ ଛକ ଏବଂ ଜୟପୁର ଟାଉନ ମଝି ରାସ୍ତାରେ କୁଖ୍ୟାତ ଅପରାଧି କାବୁଲ ଖରାକୁ ପୁଲିସ ଏନକାଉଣ୍ଟର କରିଥିଲା। ପ୍ରଥମେ ଅପରାଧି ୨ ରାଉଣ୍ଡ ଗୁଳି କରିଥିଲା ଓ ଜବାବରେ ପୁଲିସ ଗୁଳି କରିଥିଲା ଯାହା ଅପରାଧିର ଡ଼ାହାଣ ଗୋଡ଼ରେ ବାଜିଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲା। ଆହତ ହେବା ପରେ କାବୁଲକୁ ଜୟପୁରସ୍ଥିତ କୋରାପୁଟ ଜିଲା ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କାବୁଲ ନାଁରେ ଜୟପୁର ଟାଉନ, ସଦର ଥାନା, ବୋରିଗୁମା ଥାନା ଓ ନବରଙ୍ଗପୁର ଥାନାରେ ୫ଟି ଅପରାଧିକ ମାମଲା ରହିଛି। ଗଞ୍ଜେଇ ମାଫିଆଙ୍କ ସହ ସଂପୃକ୍ତ ହୋଇ ସେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ୭ପିସ୍ତଲ, ଗୁଳି ଆଦି ଜବତ କରିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories