ହିମାଚଳ ପ୍ରଦେଶ କୋଠା ଭୁଶୁଡ଼ିବା ଘଟଣା : ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
ଶିିମଲା : ହିମାଚଳ ପ୍ରଦେଶର ସୋଲାନ୍ ଜିଲ୍ଲାରେ କୁମାରହାଟିଠାରେ ରବିବାର କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ମୃତକମାନଙ୍କ ମଧ୍ୟରେ ୧୩ ଜଣ ଯବାନ୍ ଓ ଜଣେ ସାଧାରଣ ଲୋକ ଅଛନ୍ତି। ମୃତ ଦେହଗୁଡ଼ିକୁ ଭଙ୍ଗା କୋଠା ତଳୁ ଉଦ୍ଧାର କରାଯାଇଛି । ୧୭ ଜଣ ଯବାନଙ୍କ ସମେତ ୧୧ ଜଣ ଲୋକଙ୍କୁ ମିଶାଇ ମୋଟ୍ ୨୮ ଜଣଙ୍କୁ ଭଙ୍ଗାରୁଜା ଅଂଶତଳୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ୍ଗୁଡ଼ିକରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଦୁର୍ଘଟଣା ସ୍ଥଳ ବୁଲି ଦେଖିଛନ୍ତି ଏବଂ ଆହତମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।
ଏହି ଦୁର୍ଘଟଣା ନେଇ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ରିପୋର୍ଟ ମିଳିଲା ପରେ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ ।
ସୂଚନାଯୋଗ୍ୟ ଯେ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରେ ଗୋଟିଏ ଚାରି ମହଲା କୋଠା ଉପରେ ମାଟି ଅତଡ଼ା ଖସିବାରୁ ସେହି ଦୁର୍ଘଟଣା ଘଟିଥିଲା। ଭୁଶୁଡ଼ି ପଡ଼ିଥିବା କୋଠାଘର ମଧ୍ୟରେ ଥିବା ରେସ୍ତୋରାଁରେ ରବିବାର ୩୦ଜଣ ଯବାନମାନଙ୍କ ସମେତ ସାଧାରଣ ଲୋକମାନେ ଲୋକ ଖାଉଥିବା ସମୟରେ ପ୍ରବଳ ବର୍ଷା ଯୋଗୁଁ ମାଟିି ଅତଡ଼ା ଖସିଥିଲା।
Comments are closed.