ବର୍ଷାର ଅଭାବ, ଚିନ୍ତାରେ ଚାଷୀ

ବଲାଙ୍ଗୀର/ସିନେ୍ଧକେଲା : ସିନେ୍ଧକେଲା ଅଞ୍ଚଳର ୯୦ପ୍ରତିଶତ ଜମିରେ ଜଳ ସେଚନର ସୁବିଧା ନଥିବା ବେଳେ ସେମାନେ ବର୍ଷା ପଣି ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେବେ ଚଳିତ ବର୍ଷ ଜୁଳାଇ ମାସ ଶେଷ ହେବାକୁ ବସିଥିବା ବେଳେ ବର୍ଷାର ଦେଖା ଦର୍ଶନ ନାହିଁ। ଗତ କିଛି ଦିନ ତଳେ ଓଡ଼ିଶାକୁ ମୌସୁମୀ ପ୍ରବେଶ ବେଳେ କିଛି ବର୍ଷା ହୋଇଥିଲା ତେବେ ଏହି ବର୍ଷା ପର୍ଯ୍ୟାପ୍ତ ନଥିଲେ ମଧ୍ୟ କିଛି ମାତ୍ରାରେ ସହାୟକ ହୋଇଥିଲା। ଏବଂ ଚାଷୀ ଜମି ଚଷିବା ସହ ଧାନ ବୁଣି ଦେଇଥିଲେ। ଧାନ ବୁଣା ଚାଷୀ ସାରି ଦେଇଥିବା ବେଳେ ବର୍ଷା ଏବେ ଦାଉ ସାଧୁଛି। ଫଳରେ ଚାଷୀର ଚାଷ ପ୍ରତି ଧ୍ୟାନ ନଥିବା ପରିଲକ୍ଷିତ ହେଉଛି। ଗତ ଚାରି ବଷଁ ଧର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା। ଚଳିତ ବର୍ଷ ମଧ୍ୟ ଏପରି ହେଲେ ମରୁଡ଼ି ସୁନିଶ୍ଚିତ ବୋଲି ଭାବି ଚାଷୀ ଏବେ ଚିନ୍ତାରେ ପଡ଼ିଛି।

Comments are closed.