www.samajalive.in
Sunday, December 7, 2025
18.1 C
Bhubaneswar

ବର୍ଷା ଦିନରେ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ଷାଦିନର ଆରମ୍ଭ ହେବା ପରେ ଛୋଟ ବଡ଼ ବିଭିନ୍ନ ପ୍ରକାରର ରୋଗ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଆରମ୍ଭ ହେବାକୁ ଲାଗିଥାଏ। ପାଗର ପରିବର୍ତ୍ତନ ହେତୁ ଥଣ୍ଡା ଜ୍ୱର ହେବାର ସମ୍ଭାବନା ଅଧିକ ଥାଏ। ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଥାଆନ୍ତି, ତେବେ କେତେକ ସହଜ ଉପାୟ ରହିଛି, ଯାହାକୁ ଅବଲମ୍ବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ସେଭଳି କିଛି ଉପାୟ ବିଷୟରେ….
ଏହି ଦିନରେ ବିଶେଷ କରି ବିଭିନ୍ନ ପରିବାର ଓ ଚିକେନ ସୁପ ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଚିକେନ ସୁପ ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
ଔଷଧୀୟ ଗୁଣରେ ଭରପୂର ଥିବା ଚା’ ପିଅନ୍ତୁ –
ଥଣ୍ଡା, କାଶ , ଜ୍ୱର କାରଣରୁ ଗଳା ଦରଜ ମଧ୍ୟ ହୋଇଥାଏ। ଏହି ସମୟରେ ଔଷଧୀୟ ଗୁଣରେ ଭରପୂର ଥିବା ଚା’ ନିଶ୍ଚୟ ପିଅନ୍ତୁ। ଅଦା, ତୁଳସୀ, ଗୋଲମରିଚ, ସାମାନ୍ୟ ଗୁଡ଼ ଆଦିକୁ ମିଶାଇ ପ୍ରସ୍ତୁତ ଚା’କୁ ପିଇବା ଦ୍ୱାରା ଗଳା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଆରାମ ଅନୁଭବ ହୋଇଥାଏ।
ଭିଟାମିନ ସିର ସେବନ କରନ୍ତୁ –
ଥଣ୍ଡା ସମୟରେ ଖଟା ଜାତୀୟ ଦ୍ରବ୍ୟ ଯେପରି ଲେମ୍ବୁ, କମଳା, ଅଁଳାର ସେବନ ନିଶ୍ଚୟ କରନ୍ତୁ।
ଫଳ ଖାଇବା ନିତ୍ୟାନ୍ତ ଆବଶ୍ୟକ –
ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଯେକୌଣସି ଗୋଟିଏ ଫଳ ଖାଆନ୍ତୁ। ଫଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଥଣ୍ଡା, କାଶକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories