ଜାଣନ୍ତୁ କେଉଁ କାରଣରୁ ପାଦରେ କଳାରଙ୍ଗ ସୂତା ପରିଧାନ କରାଯାଏ
ବହୁ ସମୟରେ ଆମେ ନିଜ ଆଖପାଖରେ ଏପରି କେତେକ ଲୋକଙ୍କୁ ଦେଖିଥାଉ ଯେ କି ପାଦରେ କଳା ସୂତା ପିନ୍ଧିଥାଆନ୍ତି। ଏହି କଳାସୂତାକୁ ପିନ୍ଧିବାକୁ କିଛି ଲୋକଙ୍କୁ ପସନ୍ଦ ହେଉଥିବାରୁ ସେମାନେ ଏହାକୁ ପିନ୍ଧିଥାଆନ୍ତି ବୋଲି ମଧ୍ୟ କହିଥାଆନ୍ତି। ଏତଦ ବ୍ୟତୀତ କିଛି ଏହାକୁ ଆବଶ୍ୟକତା ଦୃଷ୍ଟିରୁ ପିନ୍ଧି ଥାଆନ୍ତି। ଏହି କଳାସୂତାର ଖୁବ ମହତ୍ତ୍ୱ ଆମ ଜୀବନରେ ରହିଛି। ମାତ୍ର ଏହି ମହତ୍ତ୍ୱ ବିଷୟରେ ସଭିଏଁ ହୁଏତ ଜାଣି ନଥିବେ।
ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଯଦି କୌଣସି ବ୍ୟକ୍ତି ନିଜ ଡ଼ାହାଣ ପାଦରେ କଳାସୂତା ପରିଧାନ କରେ, ତେବେ ଗୃହରେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ମା’ଙ୍କ କୃପା ସର୍ବଦା ତା’ଉପରେ ରହିଥାଏ।
ଯଦି ଆପଣଙ୍କ ଘରେ ଧନସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ମଙ୍ଗଳବାର ଦିନ ନିଜ ଡ଼ାହାଣ ପାଦରେ କଳାରଙ୍ଗର ସୂତା ପିନ୍ଧନ୍ତୁ।
କିଛି ଲୋକଙ୍କର ପେଟ ଜନିତ ଯନ୍ତ୍ରଣା ଲାଗି ରହିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜ ପାଦର ବୁଢା ଆଙ୍ଗୁଠିରେ କଳାରଙ୍ଗ ସୂତା ପିନ୍ଧନ୍ତୁ। ଏହି ସମସ୍ୟା ନିଶ୍ଚୟ ଦୂର ହେବ।
କଳାରଙ୍ଗର ସୂତା ପିନ୍ଧିବା ଦ୍ୱାରା ଏହା ଆପଣଙ୍କୁ ସର୍ବଦା କୁଦୃଷ୍ଟିରୁ ରକ୍ଷା କରିଥାଏ।
Comments are closed.