www.samajalive.in
Tuesday, December 9, 2025
16.1 C
Bhubaneswar

କର୍ଣ୍ଣାଟକ: ବାଚସ୍ପତିଙ୍କ ‘ନାଁ’କୁ ସୁପ୍ରିମକୋର୍ଟଙ୍କ ‘ହଁ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଆଗତ କର୍ଣ୍ଣାଟକ ବାଚସ୍ପତିଙ୍କ ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି। ବାଚସ୍ପତି ତାଙ୍କ ଆବେଦନରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗୁରୁବାର ସକାଳେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିବା ପାଇଁ ଅସମର୍ଥ ବୋଲି ଆବେଦନ କରିଥିଲେ। ଆଜି ସକାଳେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ ବିଧାୟକମାନଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବାକୁ କହିଥିଲେ।

ଖଣ୍ଡପୀଠ କହିଛନ୍ତି ବିଦ୍ରୋହୀ ବିଧାୟକଙ୍କ ମାମଲା ସହ ବାଚସ୍ପତିଙ୍କ ଆବେଦନର ଶୁକ୍ରବାର ଶୁଣାଣି ହେବ। ତେବେ ବାଚସ୍ପତିଙ୍କ ପକ୍ଷ ନ ଶୁଣି ଗୁରୁବାର ସନ୍ଧ୍ୟା ସମୟରେ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବା ନିର୍ଦ୍ଦେଶକୁ ନେଇ ସମୀକ୍ଷକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଆଜି ବାଚସ୍ପତି କେ.ଆର.ରମେଶ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅଧିକ ସମୟ ଦେବାକୁ ଅନୁରୋଧ କରିଥିଲେ। ସେ କୋର୍ଟରେ ଉପସ୍ଥାପନ କରିଥିଲେ ଯେ, ସେ ବିଦ୍ରୋହୀ ବିଧାୟକମାନକୁ ଅଯୋଗ୍ୟ ଘୋଷଣା ପିଟିସନ ସେ ପ୍ରଥମେ ପାଇଛନ୍ତି ତେଣୁ ସାମ୍ବିଧାନିକ ନିୟମ ଅନୁଯାୟୀ ସେ ସେହି ବିଷୟରେ ପ୍ରଥମେ ନିଷ୍ପତ୍ତି ନେବେ। ସମ୍ବିଧାନ ଧାରା ୧୯୦ (୩ଖ) ଅନୁଯାୟୀ, ଯଦି ବାଚସ୍ପତି ଇସ୍ତଫାର କାରଣରେ ସନ୍ତୁଷ୍ଟ ନ ହୁଅନ୍ତି, ସେ କ୍ଷେତ୍ରରେ ସେ ତାହା ପ୍ରତ୍ୟାଖାନ କରି ପାରିବେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories