www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପିର ୮ ବିଧାନସଭା ପ୍ରାର୍ଥୀ ଘୋଷଣା: ସାଲେପୁରରୁ ଅରିନ୍ଦମ ରାୟ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ଟିକଟ

ଭୁବନେଶ୍ବର: ବିଜେପି ପକ୍ଷରୁ ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଭିନେତାରୁ ରାଜନେତା ବନିଥିବା ଅରିନ୍ଦମ ରାୟଙ୍କୁ ସାଲେପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି। ସେହିପରି ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ସୀମାରାଣୀ ନାଏକଙ୍କୁ ହିନ୍ଦୋନ ଆସନରେ ପ୍ରତିଦ୍ବନ୍ଦ୍ବୀତା କରିବା ପାଇଁ ବିଜେପି ତାଙ୍କୁ ଟିକଟ ଦେଇଛି।

ତେଲକୋଇ ପାଇଁ ଫକୀର ମୋହନ ନାଏକ, ଚମ୍ପୁଆ ପାଇଁ ମୁରଲୀ ମନୋହର ଶର୍ମା, ବସ୍ତା ପାଇଁ ରୀବନ୍ଦ୍ର ଅଣ୍ଡିଆ, ବାସୁଦେବପୁର ପାଇଁ ବାଣୀ କଲ୍ୟାଣ ମହାନ୍ତି, କେନ୍ଦ୍ରାପଡ଼ା ପାଇଁ ଗୀତାଞ୍ଜଳି ସେଠୀ ଏବଂ ଖୋର୍ଦ୍ଧା ପାଇଁ ପ୍ରଶାନ୍ତ କୁମାର ଜଗଦେବଙ୍କୁ ବିଧାନସଭାରେ ପ୍ରତିଦ୍ବନ୍ଦ୍ବୀତା କରିବା ନିମେନ୍ତ ବିଜେପି ଟିକଟ ଦେଇଛି। ଆଜି ଏ ସଂକ୍ରାନ୍ତରେ ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ତାଲିକା ଜାରି କରାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories