ଛାତ୍ରକୁ ମାଡ଼ ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ବର : ବାଲେଶ୍ୱର ଜିଲା ବସ୍ତା ବ୍ଲକ ମୂଳିଦା ପ୍ରାଥମିକ ବିଦ୍ୟାଳୟରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଅଭିଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ମୂଳିଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ବେହେରା ଗୁରୁବାର ଦ୍ବିତୀୟ ଶ୍ରେଣୀ ଛାତ୍ର ବିଷ୍ଣୁ କୁମାର ଜେନାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏନେଇ ବ୍ଲକ ଶିକ୍ଷାଧିକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

Comments are closed.