‘ଶିଖ ଫର ଜଷ୍ଟିସ’ ବେଆଇନ ଘୋଷିତ

ନୂଆଦିଲ୍ଲୀ : ଖଲିସ୍ତାନ ସପକ୍ଷବାଦୀ ସଂଗଠନ ‘ଶିଖ ଫର ଜଷ୍ଟିସ’କୁ କେନ୍ଦ୍ର କ୍ୟାବିନେଟ ବୁଧବାର ବେଆଇନ ଘୋଷଣା କରିଛି। ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ୧୯୬୭ର ଧାରା ୩(୧) ଅନୁଯାୟୀ ଏହି ସଂଗଠନକୁ ବେଆଇନ ଘୋଷଣା କରାଯାଇଛି। ଏହି ସଂଗଠନ ବିରୋଧରେ ୧୨ଟି ମାମଲା ରୁଜୁ କରାଯାଇଥିବାବେଳେ ୩୯ଜଣଙ୍କୁ ଗିରଫ କରାଯାଇଛି।

prayash

ପଞ୍ଜାବ ଓ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଦେଶ ବିଭାଜନକାରୀଙ୍କ ପାଇଁ ଏକ ଦୃଢ ଜବାବ। ଅନେକ ଶିଖ ସଂଗଠନ ଏସଏଫଜେର କାର୍ଯ୍ୟକଳାପକୁ ନେଇ ପ୍ରତିବାଦ ସ୍ବର ଉଠାଇ ଆସୁଥିଲେ। ଆମେରିକା, କାନାଡା ଓ ବ୍ରିଟେନରେ ରହୁଥିବା କେତେକ ମୌଳବାଦୀ ଶିଖ ଏହି ସଂଗଠନକୁ ଚଳାଇ ଆସୁଥିଲେ। ପଞ୍ଜାବ ପୁଲିସ ଓ ଏନଆଇଏ ଏସ୍‌ଏଫଜେର ଅନେକ ବେଆଇନ କାର୍ଯ୍ୟକୁ ରୋକିବାରେ ସଫଳ ହୋଇଥିଲା।

kalyan agarbati

Comments are closed.