ମମତାଙ୍କ ନାମରେ ବିଜେପି ସଭ୍ୟ କାର୍ଡ
କଲକାତା : ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଥିବାବେଳେ ଏହି ସଭ୍ୟ ତାଲିକାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମ ଯୋଡି ହୋଇଛି। ମମତାଙ୍କ ନାମରେ ବିଜେପିର ସଭ୍ୟ କାର୍ଡ ପ୍ରକାଶ ପାଇଛି। ଏହାକୁ ନେଇ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପ୍ରତିବାଦ କରିଛନ୍ତି। ଚାଟାର୍ଜୀ କହିଛନ୍ତି ଯେ ମମତାଙ୍କୁ ନିନ୍ଦିତ କରିବା ଲାଗି ଯୋଜନାବଦ୍ଧ ଭାବେ କିଛି ଲୋକ ଏପରି କରିଛନ୍ତି। ଏହି ମନ୍ଦ କାର୍ଯ୍ୟରେ ଜଡିତ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Comments are closed.