ସାଧକ ନାରାୟଣ ଚନ୍ଦ୍ର ଦାସଙ୍କ ପରଲୋକ
ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଜାନକାଦେଇପୁର ପଞ୍ଚାୟତର ସାହାଡା ନିକଟରେ ଅଳକା ନଦୀ କୂଳରେ ଅବସ୍ଥିତ ଏରସମା-ବାଲିକୁଦା ଅଞ୍ଚଳର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ବଟ ମହା ପୁରୁଷ ବିଜେ ସ୍ଥଳୀ(ବଟ ମଠ)ର ସାଧକ ବାବା ଶ୍ରୀଶ୍ରୀ ନାରାୟଣ ଚନ୍ଦ୍ର ଦାସଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ପରଲୋକ ସମୟରେ ତାଙ୍କର ୪ଜଣ ଅନୁଗାମୀ ତନ୍ମୟ ସାହୁ, ସୁବୋଧ ପ୍ରଧାନ, ବିକାଶ ସ୍ୱାଇଁ ଓ ରାଜ କିଶୋର ପ୍ରଧାନ ଉପସ୍ଥିତ ରହିଥିଲେ । ତାଙ୍କର ପ୍ରାର୍ଥିବ ଶରୀରକୁ ହଜାର ହଜାର ଅନୁଗାମୀ ଓ ଶୁଭେଛୁ ମାନଙ୍କ ଗହଣରେ ଗ୍ରାମ୍ୟ ପରିକ୍ରମା କରାଯାଇ ଗତକାଲି ମଧ୍ୟ ରାତ୍ରରେ ଅଳକା ନଦୀ କୁଳରେ ଅବସ୍ଥିତ ତାଙ୍କର କର୍ମ ଭୂମି ନିକଟରେ ତାଙ୍କର ଶରୀରକୁ ସମାଧିସ୍ଥ କରା ଯାଇଥିଲା । ବାବା ଶ୍ରୀ ଦାସ ୧୦ବର୍ଷ ବୟସରୁ ଗୃହ ତ୍ୟାଗ କରି ୮୩ ବର୍ଷ ପର୍ୟ୍ୟନ୍ତ ଦୀର୍ଘ ୭୩ ବର୍ଷ ଧରି ସେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର କରାଇଥିଲେ । ତାଙ୍କର ପରଲୋକ ଖବର ପ୍ରଚାର ହେବାପରେ ସମଗ୍ର ଏରସମା ଓ ବାଲିକୁଦା ଅଂଚଳରେ ଭକ୍ତମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।
Comments are closed.