ପ୍ରତି ଜିଲାରେ ମାନବାଧିକାର ଅଦାଲତ ପ୍ରତିଷ୍ଠା ପ୍ରସଙ୍ଗ; କେନ୍ଦ୍ର, ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ

ନୂୂଆଦିଲ୍ଲୀ : ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ଦେଶର ପ୍ରତି ଜିଲାରେ ମାନବାଧିକାର ଅଦାଲତ ପ୍ରତିଷ୍ଠା ଓ ଏଥିପାଇଁ ସ୍ବତନ୍ତ୍ର ବିଚାରପତି ନିଯୁକ୍ତି କରାଯିବା କ୍ଷେତ୍ରରେ ଅହେତୁକ ବିଳମ୍ବ ନେଇ ସୁପ୍ରିମକୋର୍ଟ ସୋମବାର ବିରକ୍ତି ପ୍ରକାଶ କରିଛନ୍ତି। ଏଥିସହିତ ଏହି ବିଳମ୍ବର କାରଣ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି।

prayash

ଜନୈକ ଆଇନ ଛାତ୍ର ଭାବିକା ଫୋରେଙ୍କ ଦ୍ବାରା ଆଗତ ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ପୀଠ ମାନବାଧିକାର ଆଇନର ଧାରା-୩୦ରେ ରହିଥିବା ଉପରୋକ୍ତ ବ୍ୟବସ୍ଥା ପ୍ରତି ସମସ୍ତ ସରକାରଙ୍କୁ ଚେତାଇ ଦେଇଛନ୍ତି। ଏହି ଆଇନାନୁସାରେ ପ୍ରତି ରାଜ୍ୟ ସରକାର ସ୍ଥାନୀୟ ହାଇକୋର୍ଟଙ୍କ ଅନୁମତି ବା ସହଯୋଗକ୍ରମେ ପ୍ରତି ଜିଲାରେ ଏଭଳି ଅଦାଲତ ଖୋଲିବା ଆବଶ୍ରକ। ଧାରା-୩୧ ଅନୁସାରେ ସମ୍ପୃକ୍ତ ଅଦାଲତରେ ବିଚାରପତି ନିଯୁକ୍ତ କରିବା ଆବଶ୍ୟକ। ଏହା ସତ୍ତ୍ବେ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି।

kalyan agarbati

Comments are closed.