୨୦୨୧ରେ ନୌବାହିନୀକୁ ମିଳିବ ‘ଆଇଏନ୍ଏସ୍ ବିକ୍ରାନ୍ତ’
ନୂୂଆଦିଲ୍ଲୀ : ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଯୁଦ୍ଧବିମାନବାହୀ ଜାହାଜ ‘ଆଇଏନ୍ଏସ୍ ବିକ୍ରାନ୍ତ’ର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆବଶ୍ୟକ ପରୀକ୍ଷାନିରୀକ୍ଷା ପାଇଁ ୨୦୨୧ ଫେବୃଆରୀରେ ଏହା ନୌବାହିନୀକୁ ହସ୍ତାନ୍ତର କରାଯିବ ଏବଂ ୨୦୨୩ ସୁଦ୍ଧା ଏହା ନୌବାହିନୀରେ ସାମିଲ ହୋଇ କାର୍ଯ୍ୟାରମ୍ଭ କରିବ। ଏହି ସୂଚନା ଦେଇଛନ୍ତି ଭାଇସ୍ ଆଡମିରାଲ ଏ.କେ ସାକ୍ସେନା। ସମ୍ପ୍ରତି କୋଚିନ୍ ସିପ୍ୟାର୍ଡରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆର୍ଥିକ ସମସ୍ୟା ଓ ଆବଶ୍ୟକତାକୁ ନେଇ ସମସ୍ୟା ରହିଥିବାରୁ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଛି ବୋଲି ସାକ୍ସେନା କହିଛନ୍ତି।
Comments are closed.