www.samajalive.in
Monday, December 15, 2025
27.1 C
Bhubaneswar

କର୍ଣ୍ଣାଟକ ସଙ୍କଟ: କଂଗ୍ରେସ ନେତାଙ୍କ ଘମାଘୋଟ ବୈଠକ ଜାରି

କର୍ଣ୍ଣାଟକ: କର୍ଣ୍ଣାଟକର ୯ ଜଣ କଂଗ୍ରେସ ବିଧାୟକ ଓ ୩ ଜଣ ଜେ.ଡି.ଏସ୍‍. ବିଧାୟକ ବାଚସ୍ପତିଙ୍କୁ ସେମାନଙ୍କର ଇସ୍ତଫା ପତ୍ର ପଠାଇବା ପରେ ରବିବାର ସକାଳୁ ବେଙ୍ଗାଲୁରୁରେ ବରିଷ୍ଠ କଂଗ୍ରେସ ନେତାମାନଙ୍କର ଘମାଘୋଟ ବୈଠକ ଜାରି ରହିଛି। ବେଙ୍ଗାଲୁରୁଠାରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦଳର ନେତାମାନେ ବିଦ୍ରୋହୀମାନଙ୍କ ସହ ଅନବରତ ସମ୍ପର୍କରେ ଅଛନ୍ତି ଏବଂ ଇସ୍ତଫା ପତ୍ର ଫେରାଇ ନେବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବା କାର୍ଯ୍ୟ ଚାଲୁ ରହିଛି।

ବିଜେପି ନେତା ଆର୍‍. ଅଶୋକ କହିଛନ୍ତି ବର୍ତ୍ତମାନର କଂଗ୍ରେସ, ଜେଡିଏସ୍‍, ମେଣ୍ଟ ସରକାରରେ ଜାରିଥିବା ସଙ୍କଟରେ ସେମାନଙ୍କର କୌଣସି ଭୂମିକା ନାହିଁ ଏବଂ ଦଳ ଦୂରରୁ ଏହି ଘଟଣାକ୍ରମ ଉପରେ ନଜର ରଖିଛି। ଇସ୍ତଫା ପତ୍ର ପ୍ରଦାନ
କରିଥିବା ୭ଥରର କଂଗ୍ରେସ ବିଧାୟକ ରାମଲିଙ୍ଗ ରେଡ୍ଡି କହିଛନ୍ତି ସେ କଂଗ୍ରେସ ଦଳରୁ ଇସ୍ତଫା ଦେବେ ନାହିଁ। ମୁଖ୍ୟମନ୍ତ୍ରୀ ଏଚ୍‍.ଡି.କୁମାରସ୍ୱାମୀ ଇତିମଧ୍ୟରେ ଆମେରିକାରୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି ଏବଂ ସଂଧ୍ୟାସୁଦ୍ଧା ବେଙ୍ଗାଲୁରୁରେ ପହଞ୍ଚିବାର ଆଶା କରାଯାଉଛି।

- Advertisement -

ବାଚସ୍ପତି ରମେଶ କୁମାର କହିଛନ୍ତି ସେ ଆସନ୍ତା ମଙ୍ଗଳବାରଦିନ ଏହି ଇସ୍ତଫାପତ୍ର ଗୁଡ଼ିକ ଉପରେ ବିଚାର କରିବେ।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories