www.samajalive.in
Sunday, December 14, 2025
19.1 C
Bhubaneswar

ରେଳାବାଇରେ ସରକାର ନିବେଶ କରିବେ ୫୦ଲକ୍ଷ କୋଟି

ନୂଆଦିଲ୍ଲୀ: ଭାରତୀୟ ରେଳସେବାକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ ୨୦୩୦ ସୁଦ୍ଧା ସରକାର ୫୦ଲକ୍ଷ କୋଟି ଟଙ୍କା ନିବେଶ କରିବେ ବୋଲି ରେଳମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସ୍ୱଳ୍ପ ପରିମାଣର ପୁଞ୍ଜି ନିବେଶ ଯୋଗୁଁ ଗତ ୬୫ ବର୍ଷ ମଧ୍ୟରେ ଦେଶରେ ରେଳ ଭିତ୍ତିଭୂମି ମାତ୍ର ୩୦ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ମାଲ୍‍ ପରିବହନ ଏବଂ ଯାତ୍ରୀ ଗମନାଗମନ ୧୫ଶହ ପ୍ରତିଶତ ବୃଦ୍ଧି ପାଇଥିବା ସେ କହିଛନ୍ତି।

ପଣଜିରେ ଶନିବାର ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନରେ ଯୋଗ ଦେଇ ଗୋୟଲ ସାମ୍ବାଦିକମାନଙ୍କୁ କହିଛନ୍ତି, ୧୧ହଜାର କୋଟି ବ୍ୟୟରେ ମୁମ୍ବାଇରୁ ମାଙ୍ଗାଲୁର କୋଙ୍କଣ ରେଳ ରୁଟ୍‍ ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ହେବ। ସେ କହିଛନ୍ତି, ବିଦ୍ୟୁତିକରଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଏହାଦ୍ୱାରା କୋଙ୍କଣ ରେଳ ରୁଟରେ ପ୍ରଦୂଷଣ ହ୍ରାସ ପାଇବ। ମନ୍ତ୍ରୀ କହିଛନ୍ତି, ଗୋଆ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ସେଠାରେ ରେଳ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଉଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories