ପନିର ବଟର ମସାଲା ବଦଳରେ ଜୋମାଟୋ ପଠାଇଲା ବଟର ଚିକେନ, ଲାଗିଲା ୫୫ ହଜାର ଜୋରିମାନା
ପୁନେ : ମହାରାଷ୍ଟ୍ରର ପୁନେରେ ଆପ ଯୋଗେ ଦ୍ୱାରକୁ ଦ୍ୱାର ଖାଦ୍ୟ ଯୋଗାଣ କରୁଥିବା କମ୍ପାନୀ ଜୋମାଟୋ ଏବଂ ଏକ ହୋଟେଲ ଉପରେ ଜିଲା ଉପଭୋକ୍ତା ଫୋରମ ୫୫ ହଜାର ଟଙ୍କାର ଜୋରିମାନା ଲଗାଇଛି।
ଅଭିଯୋଗ ହୋଇଥିଲା ଯେ ଜୋମାଟୋ ଏବଂ ହୋଟେଲ ସହରର ଜଣେ ଓକିଲଙ୍କୁ ନିରାମିଶ ଖାଦ୍ୟ ବଦଳରେ ଆମିଷ ଖାଦ୍ୟ ପଠାଇଥିଲା। ଏହି ମାମଲାରେ ଉପଭୋକ୍ତା ଫୋରମ ଜୋମାଟୋ ଓ ସମ୍ପୃକ୍ତ ହୋଟେଲକୁ ୫୫ ହଜାର ଟଙ୍କା ଜୋରିମାନା କରିଛନ୍ତି। ଏହାସହ ୪୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପୈଠ ନହେଲେ ୧୦% ସୁଧ ସହ ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ ବମ୍ବେ ହାଇଗୋର୍ଟ ନାଗପୁର ବେଞ୍ଚର ଓକିଲ ସନମୁଖ ଦେଶମୁଖ କୌଣସି କାର୍ଯ୍ୟରେ ପୁନେ ଯାଇଥିଲେ। ସେଠାରେ ସେ ନିଜର ବ୍ରତ ଭାଙ୍ଗିବା ପାଇଁ ଜୋମାଟୋ ଆପ ଯୋଗେ ଏକ ହୋଟେଲରୁ ପନିର ବଟର ମସାଲା ମଗାଇଥିଲେ। ଜୋମାଟୋରୁ ଆସିଥିବା ପ୍ୟାକେଟ ଖୋଲିବା ପରେ ସେଥିବରୁ ବଟର ଚିକେନ ବାହାରିଥିଲା। ଏହାକୁ ନେଇ ସେ ପୁନେ ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ। ଉପଭୋକ୍ତା ଫୋରମ ଏହି ମାମଲାର ବିଚାର କରି ଜୋମାଟୋ ଓ ସମ୍ପୃକ୍ତ ହୋଟେଲକୁ ଉପରୋକ୍ତ ଜୋରିମାନା କରିଛନ୍ତି।
Comments are closed.