ଏକତରଫା ପ୍ରେମକୁ କେନ୍ଦ୍ର କରି ଏସିଡ ମାଡ ମାମଲା; ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜରିମାନା

କଲମପୁର : ଏକତରଫା ପ୍ରେମକୁ କେନ୍ଦ୍ର କରି ଜନୈକ ବିଫଳ ପ୍ରେମିକ ଜନୈକା ପ୍ରେମୀକାକୁ କମ୍ପ୍ୟୁଟର କ୍ଲାସ ଯିବା ରାସ୍ତାରେ ଏସିଡ ମାଡ କରିବା ଭଳି ଅଭାବନୀୟ ଘଟଣା ୨୦୧୮ ମସିହାରେ ସମଗ୍ର କଳାହାଣ୍ଡିରେ ଆଲୋଚନାର ବିଷୟ ପାଲଟିଥିଲା। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଭବାନିପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ପାଇଁ ଭର୍ତ୍ତି କରାଯାଇଥିଲା। ଏହାସହ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ଆନ୍ଧ୍ର ପ୍ରଦେଶର ହାଇଦାରବାଦ ନିକଟରୁ ଗିରଫ କରାଯାଇ କୋର୍ଟ •ଲାଣ କରାଯାଇଥିଲା। ଶୁକ୍ରବାର ଉକ୍ତ ମାମଲାର ରାୟରେ ମାନ୍ୟବର ଜିଲା ଅତିରିକ୍ତ ଦୌରା ଜଜ ରାମ କୃଷ୍ଣ ଚୌଧୁରୀ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ଏକ ଲକ୍ଷ ଟଙ୍କା ଅନାଦେୟ ହେଲେ ପୁଣି ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ନେଇ ଘୋଷଣା କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡି ଡଙ୍ଗରୀଗୁଡାର ଜନୈକ ୨୦ ବର୍ଷିୟ ଯୁବତୀ ଦମୟନ୍ତୀ ବିହାରୀ, ପିତା ଜଗଦା ନନ୍ଦ ବିହାରୀ ସବୁ ଦିନ ଭଳି ଗତ ଜାନୁଆରୀ ୧୫.୨୦୧୮ ଦିନ କଲମପୁର ସ୍ଥିତ କମ୍ପୁୁଟର ଇନଷ୍ଟିଚ୍ୟୁଟକୁ ପାଠ ପଢିବା ପାଇଁ ଯାଉଥିଲା। ଏହି ସମୟରେ ବାରମ୍ବାର ତାକୁ ପ୍ରେମ ନିବେଦନ କରି ବିଫଳ ହେଇଥିବା ଖଣ୍ଡି ଡଙ୍ଗରୀଗୁଡାର ପର୍ଶୁ ରାମ ମାଝୀ ନାମକ ଯୁବକ ଅନୁସରଣ କରିବା ସହ ହାତୀ ନଦୀ ପାର ହେବା ପରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବଙ୍କାପଲାକୁ ଯିବା ପୂର୍ବରୁ ଅଭିଯୁକ୍ତ ପର୍ଶୁ ଧରିଥିବା ଏସିଡକୁ ଦମୟନ୍ତୀର ମୁହଁକୁ ଫିଙ୍ଗି ଥିଲା। ଯାହା ିଫଳେରେ ଦମୟନ୍ତୀର ହାତ ଓ ମୂହଁ ଏସିଡ ପ୍ରଭାବରୁ ପୋଡିଯାଇ ଗୁରୁତର ହୋଇଥିଲା। ଦମୟନ୍ତୀର ଚିତ୍କାର ଶୁଣି ନିକଟରେ ଥିବା କିଛି ଲୋକ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚତୁରତାର ସହ ଅଭିଯୁକ୍ତ ପର୍ଶୁ ସେଠାରୁ ଖସିଯାଇଥିଲା। ଏନେଇ ଜୟପାଟଣା ଥାନା ଅଧିନସ୍ଥ ବଡକୁଟୃ ଫାଣ୍ଡିରେ ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଯୁବତୀର ଓଢଣୀ, ସମେତ ଅଭିଯୁକ୍ତ ବ୍ୟବହାର କରିଥିବା ଏସିଡ ବୋତଲ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଥିଲେ। ଯୁବତୀ ଜଣକ ଦୀର୍ଘ ୮ ମାସ ଧରି କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜରେ ଚିକିତ୍ସିତ ହେବା ପରେ ୧୪.୮.୨୦୧୮ରେ ମେଡିକାଲରୁ ଘରକୁ ଫେରି ଥିଲେ। ବର୍ତ୍ତମାନ ଯୁବକ ଜଣକ ପାଇଁ ବଦନାମ ହୋଇଥିବା ବେଳେ ତାର କୌଣସି ଥଇଥାନ ବ୍ୟବସ୍ଥା ନଥିବାରୁ ଯୁବତୀ ଜଣକ ଅସହାୟ ହୋଇ ପଡିଛନ୍ତି। ଏନେଇ ସମ୍ପୃକ୍ତା ଯୁବତୀ ସହିତ ସମାଜ ପକ୍ଷରୁ ଯୋଗାଯୋଗ କରାଯାଇଥିଲା ଏହି ରାୟରେ ସେ ଖୁସି କିନ୍ତୁ ଅତ୍ୟନ୍ତ ଖୁସି ନୁହଁ କାରଣ ତାର ଜୀବନ ଏବେ ଯେମିତି ବରବାଦ ହେଇଯାଇଛି ସେମିତି ଉକ୍ତ ଯୁବକକୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା କଥା ବୋଲି ମତବକ୍ତ କରିଥିଲେ। ଏହାସହ ଆଗାମୀ ଜୀବନ ପାଇଁ ସରକାରଙ୍କ ତରଫରୁ କୌଣସି ସରକାରୀ ସଂସ୍ଥାରେ ନିୟୋଜିତ କଲେ ମୋର ଭବିଷ୍ୟତ ଜୀବନ ବଞ୍ଚି ପାରିବି ବୋଲି ଯୁବତୀ ଜଣକ ସମାଜର ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଏହି ମାମଲାକୁ ସରକାରୀ ଓକିଲ ଧିରେନ୍ଦ୍ର ନାଥ ପାତ୍ର ପରି•ଳନା କରୁଥିଲେ।

kalyan agarbati

Comments are closed.