ଟୁନିସିଆରେ ଡଙ୍ଗା ବୁଡ଼ି ୮୦ ମୃତ

ଟୁନିସ : ଭୂମଧ୍ୟ ସାଗରରେ ପ୍ରବାସୀଙ୍କୁ ନେଇ ଲିବିୟାରୁ ଇଟାଲୀ ଯାଉଥିବା ଏକ ଡଙ୍ଗା ଗୁରୁବାର ସନ୍ଧ୍ୟାରେ ଟୁନିସିଆ ନିକଟରେ ବୁଡ଼ି ଯାଇଛି। ଏଥିରେ ୮୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି। ଟୁନିସିଆ ମତ୍ସ୍ୟଜୀବୀ ସମୁଦ୍ର ଗର୍ଭରୁ ୩ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। ମିଳିତ ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନଏଚସିଆର) ଏହି ସୂଚନା ପ୍ରଦାନ କରିଛି।

prayash

ୟୁଏନଏଚସିଆର ଅଧିକାରୀ କହିଛନ୍ତି ଯେ, ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ଟୁନିସିଆ ନିକଟରେ କୌଣସି କାରଣରୁ ବୁଡ଼ିଯାଇଥିଲା। ନିକଟରେ ଥିବା ଟୁନିସିଆ ମତ୍ସ୍ୟଜୀବୀ ସେଠାରୁ ୪ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ। ପରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଟୁନିସିଆ ତଟରକ୍ଷୀ ବାହିନୀ ଡଙ୍ଗା ବୁଡ଼ିଥିବା ସ୍ଥଳରେ ପହଞ୍ଚି ତଲାସୀ କରୁଛି। ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଲିବିୟାର ରାଜଧାନୀ ତ୍ରିପୋଲିରେ ଶରଣାର୍ଥୀଙ୍କ ଏକ ଶିବିର ଉପରେ ବିମାନରୁ ଆକ୍ରମଣ ହୋଇଥିଲା। ଏଥିରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପ୍ରବାସୀମାନେ ଲିବିୟାରୁ ଇଟାଲି ଚାଲିଯିବାକୁ ଚେଷ୍ଟା କରିଥିଲେ। ମାତ୍ର ବାଟରେ ଡଙ୍ଗାଟି ବୁଡ଼ିଯାଇଛି। ଡଙ୍ଗାରେ ଗୁନିଆ, ଆଇଭରୀ କୋଷ୍ଟ, ମାଲି ଏବଂ ବୁରକିନା ଫାସୋର ନାଗରିକଙ୍କୁ ମିଶାଇ ୮୬ ଜଣ ନାଗରିକ ଥିଲେ ବୋଲି କୁହାଯାଉଛି।

kalyan agarbati

Comments are closed.