mission shakti banner

ଓଲାରେ ୧୭୨୫ କୋଟି ଟଙ୍କା ନିବେଶ କଲା ସଫ୍ଟବ୍ୟାଙ୍କ

BSKY banner  750×100

ନୂଆଦିଲ୍ଲୀ : ଆପ ମାଧ୍ୟମରେ କାର ସେବା ପ୍ରଦାନକାରୀ କମ୍ପାନୀ ଓଲାରେ ଜାପାନର ସଫ୍ଟବ୍ୟାଙ୍କ ୧୭୨୫ କୋଟି ଟଙ୍କା (୨୫୦ ନିୟୁତ ଡଲାର) ନିବେଶ କରିଛି। ଏହି ନିବେଶ ସହ ଓଲା ଏବେ ଓଲା ଇଲେକ୍ଟ୍ରିକ ମୋବିଲିଟି ୟୁନିକର୍ଣ୍ଣ କମ୍ପାନୀରେ ପରିଣତ ହୋଇଛି। ସଫ୍ଟବ୍ୟାଙ୍କ ନିଜ ସହଯୋଗୀ କମ୍ପାନୀ ଏସବି ଟୋପାଜ କେମାନ ଲିମିଟିଡ ଜରିଆରେ ଓଲାର ୪୩୨୬ ବି ସିରିଜର କନର୍ଭଟବେଲ ଫ୍ରିଫର୍ସ ସେୟାର କିଣିଛି।

ଏହି ନିବେଶ ସହ ସଫ୍ଟବ୍ୟାଙ୍କ ଓଲା ଇଲେକ୍ଟ୍ରିକ କମ୍ପାନୀର ୨୫% ଅଂଶର ମାଲିକ ହୋଇଛି। ସଫ୍ଟବ୍ୟାଙ୍କ ଓଲା ବ୍ୟତୀତ ଓୟୋ, ପେଟିଏମ, ଡେଲିଭରୀ ଆଦି କମ୍ପାନୀରେ ମଧ୍ୟ ନିବେଶ କରିଛି। ଏହା ପୂର୍ବରୁ ରତନ ଟାଟା, ଟାଇଗର ଗ୍ଲୋବାଲ ଏବଂ ମେଟ୍ରିକ୍ସ ଇଣ୍ଡିଆ ଭଳି କମ୍ପାନୀ ଓଲାରେ ନିବେଶ କରିଛନ୍ତି। ଏବେ ଓଲା ଦେଶର କେତେକ ସହରରେ ଇଲେକ୍ଟ୍ରିକ ଗାଡ଼ି ଚଳାଇବା ପାଇଁ ପରୀକ୍ଷଣ କରୁଛି। କମ୍ପାନୀ ଦୁଇ ଚକିଆ ଏବଂ ତିନି ଚକିଆ ଇଲେକ୍ଟ୍ରିକ ଗାଡ଼ି ଚଳାଇବା ଉପରେ ଅଧିକ ଧ୍ୟାନ ଦେଉଛି। ଓଲା ୨୦୨୬ ସୁଦ୍ଧା ନିଜର ୪୦% ଗାଡ଼ିଗୁଡ଼ିକୁ ଇଲେକ୍ଟ୍ରିକ କରିବା ପାଇଁ ଲକ୍ଷ୍ୟ ରଖିଛି। ଓଲାର ସହସଂସ୍ଥାପକ ତଥା ସିଇଓ ଭାବିଶ ଅଗ୍ରୱାଲ କହିଛନ୍ତି ଯେ କମ୍ପାନୀ ୨୦୨୧ରେ ବଜାରକୁ ୧୦ ଲକ୍ଷ ଇଲେକ୍ଟ୍ରିକ କାର ଛାଡ଼ିବ। ଏଥିପାଇଁ ସବୁ ସହରରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ। ଏହାସହ ଓଲା ସେଲ୍‌ଫ ଡ୍ରଇଭିଂ (ସ୍ୱୟଂ ଗାଡ଼ି ଚଳାଇବା) ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ଓଲା ବଜାରକୁ ୧୦ ହଜାର ଗାଡ଼ି ଛାଡ଼ିବ।

Comments are closed.