ଖୁସି ଖବର! ଅର୍ଦ୍ଧସାମରିକ ବାହିନୀର ୮୪୦୦୦ ପଦରେ ଚାକିରି ପାଇଁ ଖୁବଶୀଘ୍ର ବାହାରିବ ବିଜ୍ଞପ୍ତି

ନୂଆଦିଲ୍ଲୀ : ମୋଦୀ ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ପାଇଁ ତତ୍ପରତା ପ୍ରକାଶ କରିଛି। ଏହି କ୍ରମରେ ଅର୍ଦ୍ଧସାମରିକ ବାହିନୀର ୮୪୦୦୦ ପଦରେ ଚାକିରି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବଳ (ସିଏପିଏଫ) ଯବାନଙ୍କ ସଂଖ୍ୟା ପାଖାପାଖି ୯ ଲକ୍ଷ ୯୯ ହଜାର ୭୯୫ ରହିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ୍‍ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ଇଣ୍ଡୋ-ତିବ୍‍ବତ ସୀମା ପୁଲିସ୍‍ (ଆଇଟିବିପି) ଏବଂ ଆସାମ ରାଇଫଲ ସବୁକୁ ମିଶାଇ ସିଏପିଏଫ କୁହାଯାଏ। ପ୍ରତି ବର୍ଷ ସିଏଫିଏଫର ପାଖାପାଖି ୧୦% ଆସନ ଖାଲି ହୋଇଥାଏ। ବର୍ତ୍ତମାନ ସିଏପିଏଫରେ ପାଖାପାଖି ୮୪୦୩୭ ଯବାନଙ୍କ ଅଭାବ ରହିଛି। ସିଆରପିଏଫ ଯବାନଙ୍କ ମୋଟ ସଂଖ୍ୟା ୩୨୪୮୧୦ ହୋଇଥିଲାବେଳେ ୨୨୯୮୦ ପଦ ଖାଲି ପଡିଛି। ସେହିପରି ବିଏସଏଫ ଯବାନଙ୍କ ସଂଖ୍ୟା ୨୬୩୯୦୫ ଥିଲା ବେଳେ ୨୧୪୬୫ ପଦ ଖାଲିପଡିଛି। ସିଆଇଏଫର ମୋଟ ୧୫୬୦୧୩ ପଦରୁ ୧୦୪୧୫ ପଦ ଖାଲି ପଡିଛି। ଏସଏସବିରେ ୯୯୨୨୧ ପଦ ମଧ୍ୟରୁ ୧୮୧୦୨ ପଦ ଖାଲି ପଡିଛି। ଅନୁରୂପ ଭାବେ ଆଇବିପିରେ ୮୯୪୩୮ ପଦ ମଧ୍ୟରୁ ୬୬୩୪୩ ଏବଂ ଆସାମ ରାଇଫଲ୍ସରେ ୬୬୪୦୮ ପଦ ମଧ୍ୟରୁ ୪୪୩୨ ପଦ ଖାଲି ପଡିଛି।

kalyan agarbati

Comments are closed.