www.samajalive.in
Monday, December 8, 2025
16.1 C
Bhubaneswar

ଖାଆନ୍ତୁ ଏହି ପରିବା ରହିବେ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟାରୁ ଦୂରରେ

ବର୍ଷା ଦିନର ଆରମ୍ଭରେ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ମିଳିଥାଏ। କାଙ୍କଡ଼ ମଧ୍ୟ ଅଧିକ ପରିମାଣରେ ମିଳିଥାଏ। ଏହାକୁ ଦୁନିଆର ସବୁଠାରୁ ପୁଷ୍ଟିଯୁକ୍ତ ପରିବା ବୋଲି କୁହାଯାଏ। ଏହାକୁ କାଙ୍କଡ଼, ମିଠା କଲରା ସହ ଏହାର ଭିନ୍ନ ଭାଷାରେ ଅନ୍ୟ କେତେକ ନାମ ମଧ୍ୟ ରହିଛି। ବହୁ ସ୍ଥାନରେ ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ଏପରି ମଧ୍ୟ କୁହାଯାଏ ଯେ, ଏହାକୁ ନିୟମିତ ଖାଇବା ଶରୀର ପାଇଁ ଖୁବ ଲାଭଦାୟକ ଓ ସ୍ୱାସ୍ଥ୍ୟକୁ ଆବଶ୍ୟକ ମାତ୍ରାରେ ଶକ୍ତି ମଧ୍ୟ ମିଳିଥାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ଓ ଆଇରନ ରହିଛି। ଖାଇବାକୁ ମଧ୍ୟ ସୁଆଦିଆ ଲାଗିଥାଏ। ୧୦୦ ଗ୍ରାମ କାଙ୍କଡ଼ରୁ ପ୍ରାୟ ୧୭ କ୍ୟାଲୋରୀ ଶକ୍ତି ମିଳିଥାଏ। ଯାଦ୍ୱାରା ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଜାଣନ୍ତୁ ଏହି ପରିବାର ହିତକାରକ ଗୁଣ ବିଷୟରେ….
ଏହା ରକ୍ତକୁ ସଫା କରିଥାଏ।
ଏହାର ରସକୁ ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରର ମେଟାବୋଲିଜିୟମ ଦୃତଗାମୀ ହୋଇଥାଏ।
ପେଟର ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ପ୍ରଖର ହେବା ସହ ଚକ୍ଷୁ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
ଶରୀରରେ ଥିବା ବିଭିନ୍ନ ପ୍ରକାରର ଦୂଷିତ ପଦାର୍ଥ ନିଷ୍କାସନ କରିବାରେ ସହାୟକ ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories