www.samajalive.in
Monday, December 15, 2025
16.1 C
Bhubaneswar

ପାର୍ବତ୍ୟାଞ୍ଚଳ ସମାଡପଦରରେ ବିଦ୍ୟୁତ ସଂଯୋଗ କଲେ ଜିଲାପାଳ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ପାର୍ବତ୍ୟାଞ୍ଚଳ ସମାଡପଦର ଗ୍ରାମକୁ ସ୍ୱାଧିନତାର ୭୨ ବର୍ଷ ପରେ ଗୁରୁବାର ଜିଲାପାଳଙ୍କ ଦ୍ୱାରା ବିଦ୍ୟୁତ ସଂଯୋଗ କରାଯାଇଛି। ଏହି ସମାଡପଦର ଗ୍ରାମକୁ ଇତିପୂର୍ବେ ୩ ଜଣ ଜିଲାପାଳ ଯାଇ ଗାଁର ବିକାଶ ଏବଂ ଉନ୍ନତି ନିମନ୍ତେ ଅନେକ ପଦକ୍ଷେପ ନେଇଥିବା ବେଳେ ମହିଳା ଜିଲାପାଳ ରୂପେ ଡଃ ପୋମା ଟୁଡୁ ପ୍ରଥମ ଥର ପାଇଁ ଦିର୍ଘ ୩ ରୁ ୪ କିଲୋମିଟର ଜଙ୍ଗଲ ଉପରକୁ ପାଦରେ ଚାଲିି ଚାଲି ଯାଇ ଗାଁରେ ପହଞ୍ଚିô ଲୋକଙ୍କ ସମସ୍ୟା ପଚାରି ବୁଝି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳେ ଏହି ଘଟଣା ସମଗ୍ର ଓଡିଶାରେ ଚହଳ ସୃଷ୍ଟି କରିଥିବା ବେଳେ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିି ଆଜି ଜିଲାପାଳ ପୁରଣ କରିଛନ୍ତି। ସମାଡପଦର ଗ୍ରାମକୁ ତିନକୋ ଛକ ଠାରୁ ୮୦ ଗୋଟି ବିଦ୍ୟୁତ୍‍ ଖୁଣ୍ଟ ପାହାଡ ମଧ୍ୟରେ ଦେଇ ଗାଁକୁ ବିଦ୍ୟୁତ ସଂଯୋଗ କରିବାରେ ସଫଳ ହୋଇଛନ୍ତି। ସମାଡପଦର ଗ୍ରାମର ୭୦ ଜଣ ଉପଭୋକ୍ତା ବିଦ୍ୟୁତ ସଂଯୋଗ କରିଥିବା ବେଳେ ସମସ୍ତ ଉପଭୋକ୍ତାଙ୍କୁ ଦିନ ଦୟାଲ ଉପାଧ୍ୟାୟ ବିଦ୍ୟୁତ ଯୋଜନାରେ ୪ ଗୋଟି ଲେଖାଏଁ ବଲ୍‍ବ ଏବଂ ବିଦ୍ୟୁତ କିଟ ମାଗଣାରେ ପ୍ରଦାନ କରାଯାଇଛି। ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ ଦୀର୍ଘ ବର୍ଷର ସଂଗ୍ରାମ ପରେ ଆଜି ବିଦ୍ୟୁତ ଜଳୁଥିବାରୁ ବହୁତ ଆନନ୍ଦିତ ଥିବା ପ୍ରକାଶ କରିଥିଲେ। ପାହାଡ ତଳରେ ଅନୁଷ୍ଠିତ ସଭାରେ ନୂଆପଡା ଜିଲାପାଳ ଡଃ ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦ୍ୟୁତ ସଂଯୋଗ କରି ଶୁଭ ଉଦ୍‍ଘାଟନ କରିଥିଲେ। ଏହି ଉପଲକ୍ଷେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନୁପମ ଦାସ ଖଡିଆଳ ବିଦ୍ୟୁତ ଏସଡିଓ ବାପୁଜୀ ପ୍ରଧାନ, ଜେଇ ଦିପକ ସାହୁ ସମେତ ବୁଦ୍ଧିଜିବୀ, ସାମ୍ବାଦିକମାନେ ଉପସ୍ଥିତ ଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories