www.samajalive.in
Sunday, December 14, 2025
14.1 C
Bhubaneswar

ମୋଦୀ-ଆବେ ବୈଠକ: ବିଶ୍ୱ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ଜି୨୦ ଶିଖର ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ୍‍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିଛନ୍ତି। ବୈଠକ ସମୟରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ବିଜୟୀ ହେବା ପରେ ଜାପାନ୍‍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ହେଉଛନ୍ତି ପ୍ରଥମ ମିତ୍ର ଯିଏ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜାପାନ୍‍ ଇତିହାସରେ ଏକ ନୂଆ ଯୁଗର ଆରମ୍ଭ କରିଥିବାରୁ ସେ ଆବେ ଓ ତାଙ୍କ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଭାରତ ଓ ଜାପାନ୍‍ ମଧ୍ୟରେ ବହୁ ଦ୍ୱିପକ୍ଷିୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଗୋଖଲେ କହିଛନ୍ତି, ଦ୍ୱିପକ୍ଷିୟ ସମ୍ପର୍କ ଉପରେ ଉଭୟ ନେତା ଗଠନମୂଳକ ତଥା ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱାରୋପ ପ୍ରତି ଜୋର୍‍ ଦେଇଛନ୍ତି। ପଳାତକ ଅର୍ଥନୈତିକ ଅପରାଧୀମାନଙ୍କ ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ଜି୨୦ରେ ଏହି ସମସ୍ୟାର ସମାଧାନ ସଂକ୍ରାନ୍ତରେ ଆଲୋଚନା ହେବା ଆବଶ୍ୟକ। ଜାପାନ୍‍ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ବାଣିଜ୍ୟ ଓ ତଥ୍ୟର ଆଦାନପ୍ରଦାନ ପାଇଁ ଉପଯୁକ୍ତ ପରିସ୍ଥିତି ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

- Advertisement -

ବୈଦେଶିକ ସଚିବ କହିଛନ୍ତି, ଉଭୟ ଭାରତ ଓ ଜାପାନ୍‍ ସେମାନଙ୍କ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ଉନ୍ନତି ଆଣିବାକୁ ଏକମତ ହୋଇଛନ୍ତି। ଶୁକ୍ରବାର ଭାରତ, ଜାପାନ୍‍ ଓ ଆମେରିକା ମଧ୍ୟରେ ହେବାକୁ ଥିବା ତ୍ରିପକ୍ଷୀୟ ବୈଠକରେ ମଧ୍ୟ ଦୁଇ ନେତା ଏକତ୍ରିତ ହେବେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories