www.samajalive.in
Monday, December 8, 2025
14.1 C
Bhubaneswar

ଦଳ ଛାଡି ବିଜେଡ଼ିିରେ ଯୋଗଦେଇଥିବା ନେତାଙ୍କ ବହିଷ୍କାର ଚିଠିକୁ ନେଇ ବିଜେଡିର ପ୍ରେସମିଟ

ବଲାଙ୍ଗୀର : ବଲାଙ୍ଗୀର ଜିଲାର ଚାରିଜଣ ପୁରୁଖା କଂଗ୍ରେସ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଏକ ଚିଠିକୁ ନେଇ ପ୍ରତିବାଦ ଜଣାଇଛି ବିଜେଡି। ନିର୍ବାଚନ ପୂର୍ବରୁ ଦଳ ଛାଡିଥିବା କିଛି କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଥିଲେ। ଦଳରୁ ଇସ୍ତଫା ଓ ପରେ ଅନ୍ୟଦଳରେ ଯୋଗଦାନ କରିବା ପରେ ସେମାନଙ୍କୁ କିଭଳି ପୁରୁଣା ଦଳ ବହିଷ୍କାର କରିପାରେ ବୋଲି ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ନରସିଂହ ମିଶ୍ରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଦଳର ୯ ଜଣ ବରିଷ୍ଠ ସଭ୍ୟ ଇସ୍ତଫା ଦେଇଥିଲେ। ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର, ମହିଳା ସମ୍ପାଦିକା ରୀନା ମେହେର, ପୂର୍ବତନ ଜିଲା କଂଗ୍ରେସ ସଭାପତି ଭଗବାନ ବର୍ଗୀ, ପୂର୍ବତନ ନଗରପାଳ ପ୍ରଦୀପ ସାହୁ, ବରିଷ୍ଠ କଂଗ୍ରେସ ନେତା ପ୍ରବୀଣ ମିଶ୍ର ସମେତ ଆଉ କିଛି କର୍ମକର୍ତ୍ତା ଇସ୍ତଫା ଦେଇଥିଲେ। ସିଧାସଳଖ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରି ଏହି ନେତାମାନେ ପରୋକ୍ଷରେ ତାଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ତେବେ ଗତ କିଛି ଦିନ ତଳେ ପିସିସିର ଏକ ଚିଠି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା। ଯେଉଁ ଚିଠିରେ ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର, ମହିଳା ସମ୍ପାଦିକା ରୀନା ମେହେର, ପୂର୍ବତନ ଜିଲା କଂଗ୍ରେସ ସଭାପତି ଭଗବାନ ବର୍ଗୀ, ପୂର୍ବତନ ନଗରପାଳ ପ୍ରଦୀପ ସାହୁୁଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିବା ଦର୍ଶାଯାଇଥିଲା। ତେବେ ଏହି ନେତାଙ୍କ ମଧ୍ୟରୁ ପ୍ରବୀଣ ମିଶ୍ର, ଭଗବାନ ବର୍ଗୀ, ପ୍ରଦୀପ ସାହୁ ପ୍ରମୁଖ ଏପ୍ରିଲ ୩ ତାରିଖରେ ଇସ୍ତଫା ଦେଇ ପରେ ବିଜେଡିରେ ଯୋଗଦେଇଥିଲେ। ନିର୍ବାଚନରେ ବିଜେଡି ପାଇଁ କାମ ମଧ୍ୟ କରିଥିଲେ। କିନ୍ତୁ ଗତ ଦୁଇ ଦିନ ତଳେ କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏହି ରିପୋର୍ଟରୁ ସେମାନଙ୍କୁ ଦଳ ବହିଷ୍କାର କରିଥିବା ସୂଚନା ଦିଆଯାଇଛି। ତାହା କେବଳ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭଗବାନ ବର୍ଗୀ ଅଭିଯୋଗ କରିଛନ୍ତି। ସେହିପରି ଦଳ ଛାଡି ଅନ୍ୟ ଦଳରେ ଯୋଗଦେବା ପରେ ସେମାନଙ୍କୁ ଆଉ ବହିଷ୍କାରର ପ୍ରଶ୍ନ ଉଠୁନାହିଁ ବୋଲି ଏହି ନେତାମାନେ କହିଥିଲେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନେତାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ସୂଚନା ଯୋଗ୍ୟ ଯେ, ଏହି ଚିଠିରେ ଏପ୍ରିଲ ୩ ତାରିଖ ଦିଆଯାଇଥିବା ବେଳେ ଏହା ନିର୍ବାଚନ ପରେ କେମିତି ସାମ୍ନାକୁ ଆସିଲା ତାହା ରହସ୍ୟରେ ରହିଛି। ଏହା ସହିତ ଏକ ପୁରୁଣା ଚିଠିକୁ ନେଇ ପ୍ରକାଶ ପାଇଥିବା ଖବରରେ କେମିତି ଏହି ପୂର୍ବତନ କଂଗ୍ରେସ ନେତାମାନେ ଚିହିଁକି ଉଠିଲେ ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉକ୍ତ ବିଜେଡି ନେତାଙ୍କ ସମେତ ମହିଳା ବିଜେଡି ସଭାପତି ସନ୍ତୋଷିନୀ ବେହେରା, ଜିଲା ଉପସଭାପତି ପ୍ରଦୀପ ଗୁରୁ, ଜିଲା ଆଇଟି ସଭାପତି ବିଭୁତି ଭୁଷଣ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories