କଲକାତା : ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନକୁ ନେଇ ଗୁରୁବାର ତୃଣ ମୂଳ କଂଗ୍ରେସ (ଟିଏମସି) ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।
ସୂଚନା ଅନୁସାରେ ହୁଗୁଳିସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବାଥନଗୋରା ଆଶପାରା ଗ୍ରାମର ବିଜେପି କାର୍ଯ୍ୟକର୍ତ୍ତା ସାଧୋନ ବାଉଲ ଅଭିଯୋଗ କରିଛନ୍ତି ଯେ ଜୟ ଶ୍ରୀରାମ ସ୍ଲୋଗାନ ଦେବାରୁ ଟିଏମସି କର୍ମୀ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିବା ପରେ ଉତ୍ତ୍ୟକ୍ତ କର୍ମୀମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସଂଘର୍ଷ ମଧ୍ୟରେ ଜଣେ ଲୋକଙ୍କ ଛାତିରେ ଗୁଳି ବାଜିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳି ଚଳାଇଥିବା ଲୋକକୁ ଚିହ୍ନଟ କରିବାକୁ ପୁଲିସ୍ ପ୍ରୟାସ ଚଳାଇଛି।
ଜୟ ଶ୍ରୀରାମ ସ୍ଲୋଗାନକୁ ନେଇ ବିଜେପି-ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ, ୨ ଆହତ
Popular Categories



