www.samajalive.in
Tuesday, December 9, 2025
26.1 C
Bhubaneswar

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ଏହି ଘରୋଇ ଫେସ ପ୍ୟାକ୍‍

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମହିଳା ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ ପ୍ରକାରର ଉପାୟ କରିଥାଆନ୍ତି, ଭିନ୍ନ ଭିନ୍ନ କ୍ରିମର ବ୍ୟବହାର କରିଥାଆନ୍ତି। ସଭିଏଁ ଇଚ୍ଛା କରିଥାଆନ୍ତି ଯେ ବୟସ ବୃଦ୍ଧି କାରଣରୁ ମୁହଁରେ ସୃଷ୍ଟି ହେଉଥିବା ବହୁ ଦାଗ, କୁଞ୍ଚନ ଭଳି ସମସ୍ୟା ଠାରୁ ଦୂରେଇ ରହିବା ପାଇଁ। ଏହି କାରଣରୁ ପାର୍ଲର ଯାଇ ବିଭିନ୍ନ ଉପାୟ ମଧ୍ୟ କରିଥାଆନ୍ତି। ମାତ୍ର ବୟସ ବୃଦ୍ଧି କାରଣରୁ ସୃଷ୍ଟି ହେଉଥିବା ମୁହଁର ବିଭିନ୍ନ ସମସ୍ୟାକୁ ଘରୋଇ ଉପାୟରେ କିଭଳି ଦୂର କରି ପାରିବେ। ଜାଣନ୍ତୁ ସେ ବିଷୟରେ….
ଆପଣ ପ୍ରତିଦିନ ଚାଉଳରେ ପ୍ରସ୍ତୁତ ଭାତ ଖାଉଥିବେ। ଏହି ଚାଉଳକୁ ବ୍ୟବହାର କରି ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ପାଇପାରିବେ। ଚାଉଳରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ମୁହଁର କୁଞ୍ଚନକୁ ଦୂର କରିଥାଏ। ଏଥିରେ ଭିଟାମିନ ଇ ମଧ୍ୟ ପ୍ରଚୁର ପରିମାଣରେ ରହିଛି।
ଚାଉଳ ପାଣି ଫେସ ମାସ୍କ –
ଚାଉଳ ପାଣିକୁ ବ୍ୟବହାର କରି ଆପଣ ତ୍ୱଚା ଜନିତ ବହୁ ସମସ୍ୟା ଦୂର କରିପାରିବେ। ଏହି ମାସ୍କ ଆପଣଙ୍କ ମୁହଁ ଚର୍ମରକୁ ସଠିକ ରଖିଥାଏ। ମୁହଁରେ କୁଞ୍ଚନ ସୃଷ୍ଟିରେ ବାଧା ସୃଷ୍ଟି କରିଥାଏ। ତେଣୁ ଏକ ଗ୍ଲାସ ପାଣିରେ ୧କପ ଚାଉଳକୁ ବତୁରାଇ ୧୦ ମିନିଟ ରଖନ୍ତୁ। ଏବେ ବତୁରାଇଥିବା ଚାଉଳକୁ କାଢି ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହାପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଆପଣ ଏହାକୁ ନିୟମିତ ବ୍ୟବହାର କରିପାରିବେ।

courtesy : YouTube

ଚାଉଳ ଫେସ ପ୍ୟାକ୍‍ –
ଚାଉଳର ଫେସ ପ୍ୟାକ ପାଇଁ ପ୍ରଥମେ ଏକ ଚାମଚ କ୍ଷୀର, ଏକ ଚାମଚ ଚାଉଳ, ଏକ ଚାମଚ ମହୁ ଆବଶ୍ୟକ। ଏହି ଫେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚାଉଳକୁ ପାଣିରେ ପକାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ପାଣିରୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ କ୍ଷୀର ଓ ମହୁ ମିଶାନ୍ତୁ।
ଫେସ ପ୍ୟାକ ଲଗାଇବାର ପ୍ରଣାଳୀ –
ପ୍ରଥମେ ଥଣ୍ଡା ପାଣିରେ ନିଜ ମୁହଁକୁ ଧୋଇ ଦିଅନ୍ତୁ। ଏହାପରେ ଚାଉଳରେ ପ୍ରସ୍ତୁତ କରିଥିବା ଫେସ ପ୍ୟାକକୁ ନିଜ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇବା ପରେ ଏହା ଶୁଖିଗଲେ ମୁହଁ ଧୋଇ ଦିଅନ୍ତୁ। ଏହି ଫେସ ପ୍ୟାକକୁ ସପ୍ତାହକୁ ଥରେ ଲଗାଇବା ଦ୍ୱାରା ମୁହଁ କୋମଳ ହେବା ସହ ଦାଗ ଦୂର ହୋଇଥାଏ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories