ସରକାରୀ ବସ୍‌ ଧର୍ମଘଟ ପ୍ରତ୍ୟାହୃତ !

0

ଭୁବନେଶ୍ୱର:  ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗର କର୍ମଚାରୀମାନେ କରିଥିବା ବସ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା  ପରିବାହନ ମନ୍ତ୍ରୀ ନୃସିଂହ ସାହୁ ସୂଚନା ଦେଇଛନ୍ତି । ସରକାର ଏହି କର୍ମଚାରୀମାନଙ୍କର ଦରମା ୨୦ ପ୍ରତିଶତ ବୃଦ୍ଧି କରିଥିବାରୁ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ୫ ଦଫା ଦାବି ପୂରଣ ପାଇଁ  ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ତିନି ଦିନିଆ ଧର୍ମଘଟର ଡାକରା ଦିଆଯାଇଥିଲା । ତାହା ପ୍ରତ୍ୟାହୃତ ଏବେ ସାଧାରଣ ଦିନ ପରି ସରକାରୀ ବସ ଚଳାଚଳ କରୁଛି ।

ସୂଚନା ଯୋଗ୍ୟ ଯେ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗ (ଓଏସ୍‌ଆରଟିସି) ଅସ୍ଥାୟୀ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଥିଲା । ସ୍ଥାୟୀ ନିଯୁକ୍ତି ତଥା ମହଙ୍ଗା ଭତ୍ତା ଦାବିରେ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ଓଏସ୍‌ଆରଟିସିର କର୍ମଚାରୀମାନେ ରାଜ୍ୟବ୍ୟାପୀ ଧର୍ମଘଟ ଡ଼ାକରା ଦେଇ ଥିବାରୁ ସମସ୍ତ ସରକାରୀ ବସ୍‌ ଓ ପରିବହନ କାର୍ଯ୍ୟାଳୟକୁ ତିନିଦିନ ପାଇଁ ବନ୍ଦ ରଖାଯିବ ପାଇଁ ସଂଘ ନିଷ୍ପତି ନେଇଥିଲା ।

Leave A Reply