୪୦ ବର୍ଷ ପରେ ଧରାପଡିଲା ସିରିଆଲ କିଲର : ଅଭିଯୋଗ ୫୦ ବଳାତ୍କାର, ୧୦ ହତ୍ୟା ଓ ୧୫୦ ଲୁଟ୍‌

0

ନୂଆଦିଲ୍ଳୀ : ଆମେରିକାରେ ‘ଗୋଲ୍ଡେନ ଷ୍ଟେଟ୍‌ କିଲର’ ନାମରେ କୁଖ୍ୟାତ ଅପରାଧୀ ତଥା ପୂର୍ବତନ ପୁଲିସ୍‌ ଅଧିକାରୀ ଜୋସେଫ ଜେମ୍ସ ଡିଏଙ୍ଗେଲ୍‌ଙ୍କୁ ଦୀର୍ଘ ୪୦ ବର୍ଷ ପରେ ଆମେରିକା ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଛି। କାଲିଫର୍ଣ୍ଣିଆର ଏହି ପୂର୍ବ ପୁଲିସ୍‌ ଅଧିକାରୀ ଜଣଙ୍କୁ ୪୦ ବର୍ଷ ଧରି ପୁଲିସ୍‌ ଖୋଜୁଥିଲା । ଶେଷରେ ଅପରାଧସ୍ଥଳରୁ ମିଳିଥିବା ଡିଏନ୍‌ଏ ନମୁନାରୁ ତାଙ୍କୁ ଗିରଫ କରାଯାଇଛି । ୭୨ ବର୍ଷିୟ ଜୋସେଫଙ୍କୁ ଶୁକ୍ରବାର ଅଦାଲତରେ ଏକ ହ୍ୱିଲ ଚେୟାରେ ହାତକଡ଼ି ପଡିଥିବା ଅବସ୍ଥାରେ ହାଜର କରାଯାଇଥିଲା। ଜୋସେଫ ୧୯୭୮ରେ ସାକ୍ରାମେଣ୍ଟୋ ଅଞ୍ଚଳରେ ନବ ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କରିଥିଲା । ଏହାବାଦ ସେ ୧୯୭୬ରୁ ୧୯୮୬ ମଧ୍ୟରେ ଆଉ ୧୦ଟି ହତ୍ୟାକାଣ୍ଡ ଭିଆଇଥିଲା । ହତ୍ୟା ବ୍ୟତୀତ ଜୋସେଫ ନାମରେ ୫୦ରୁ ଅଧିକ ବଳାତ୍କାର, ୧୫୦ ସିନ୍ଧି ଚୋରି ଓ ଲୁଟ୍‌ ଅଭିଯୋଗ ରହିଛି । ୭୦ ଏବଂ ୮୦ ଦଶକରେ ଗୋଲ୍ଡେନ ଟେଷ୍ଟ କିଲର ନାମରେ ସେ ପ୍ରସିଦ୍ଧ ଥିଲା ଓ ସେ ପୁରା କାଲିପର୍ଣ୍ଣିଆ ଆତଙ୍କ ଖେଳାଇ ଦେଇଥିଲା। ସେ ଇଷ୍ଟ ଏରିଆ ରେପିଷ୍ଟ ଏବଂ ନାଇଟଷ୍ଟାକର ଭଳି ଅନେକ ନାମରେ କୁଖ୍ୟାତ ଥିଲା।

Leave A Reply