www.samajalive.in
Monday, December 8, 2025
16.1 C
Bhubaneswar

ବେଆଇନ ଅନଲାଇନ୍‍ ରେଳ ଟିକଟ୍‍ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ବହୁ ବ୍ୟକ୍ତି ନିଜ ନିଜର ବ୍ୟକ୍ତିଗତ ଅନଲାଇନ ଆଇଡି ରେଳ ବୁକିଂ ୱେବ ସାଇଟ ଆଇଆରସିଟିସିରେ ନିର୍ମାଣ କରି ବେଆଇନ ଭାବରେ ରେଳ ଟିକଟ୍‍ ବ୍ୟାପାର କରୁଥିବା ଅଭିଯୋଗ ଆସୁଥିଲା। ଏଣୁ ରେଳବାଇ ପୁଲିସ ପକ୍ଷରୁ ବିଗତ ଦିନରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ କରାଯାଉଛି। ଏହି ସଂକ୍ରାନ୍ତରେ ଗତ ଏପ୍ରିଲ ୪ ତାରିଖରେ ବୁର୍ଲାରୁ ପୱନ କୁମାର ସା ନାମକ ଜନୈକ ବ୍ୟକ୍ତିଙ୍କୁ ଗିରଫ କରି ବହୁ ବେଆଇନ ଭାବରେ ବୁକିଂ କରାଯାଇଥିବା ଅନଲାଇନ ରେଳ ଟିକଟ ଓ ଅନ୍ୟାନ୍ୟା ସାମଗ୍ରୀ ରେଳବାଇ ପୁଲିସ ଜବତ କରିଥିଲା। ରେଳବାଇ ପୁଲିସର ଚଢ଼ଉ ସତ୍ତ୍ବେ ପୁଣି ଏଭଳି ବେଆଇନ ବେପାର ଚାଲୁଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ପୁଣି ବୁର୍ଲା ସ୍ଥିତ ଗ୍ଲୋବାଲ ଟ୍ରାଭେଲ ଆଣ୍ଡ ହଲିଡେ ଏଜେନ୍ସି ନାମକ ଏକ ଦୋକାନ ଉପରେ ଗୁରୁବାର ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ଦୋକାନର ମାଲିକ ଅନୀଲ ବର୍ମାଙ୍କ ଠାରୁ ବେଆଇନ ଭାବରେ ନିଜର ବ୍ୟକ୍ତିଗତ ଆଇଡି ମାଧ୍ୟମରେ ପୁର୍ବରୁ ନିର୍ମିତ ତଥା ଅଗ୍ରିମ ଟିକଟ୍‍ ଗୁଡିକ ପୁଲିସ ଜବତ କରିଛି। ଏହା ସହିତ ଦୋକାନରୁ ୮୫୦ ଟଙ୍କା ନଗଦ, ମୋବାଇଲ, କମ୍ପ୍ୟୁଟର, ରେଜିଷ୍ଟାର, ଇଣ୍ଟରନେଟ ଡଙ୍ଗଲ, ଭିଜିଟିଙ୍ଗ କାର୍ଡ, କ୍ୟାଲେଣ୍ଡର ମଧ୍ୟ ପୁଲିସ୍‍ ଜବତ କରିଛି। ଅନୀଲଙ୍କ ଠାରୁ ସମୁଦାୟ ୧ ଲକ୍ଷ ୬୯ ହଜାର ୪୮୭ ଟଙ୍କା ମୂଲ୍ୟର ଟିକଟ୍‍ ଜବତ ହୋଇଛି ବୋଲି ରେଳ ସୁରକ୍ଷା ବଳର ଥାନାଧିକାରୀ ସୁଶୀଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବୁର୍ଲା ଅଞ୍ଚଳରେ ବ୍ୟକ୍ତିଗତ ଅନଲାଇନ ଆଇଡି ମାନଙ୍କ ମାଧ୍ୟମରେ ପ୍ରତି ମାସ ବହୁଳ ଭାବରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁୁ ବୁକିଂ ହେଉଥିବାର ରେଳବାଇ ଟିକଟ ବୁକିଂ ୱେବ ସାଇଟ ଆଇଆରସିଟିସି ପକ୍ଷରୁ ସମ୍ବଲପୁର ଆରପିଏଫକୁ ଜଣାଇଥିଲା। ଆଇଆରସିଟିସି ପକ୍ଷରୁ ମାମଲା ସର୍ମ୍ପକରେ ଅବଗତ ହେବା ପରେ ଆରପିଏଫ ସମ୍ବଲପୁର ନିଜର ଜନୈକ କର୍ମଚାରୀଙ୍କୁ ଅନଲାଇନ ଟିକଟ ବୁକିଂ କରିବା ପାଇଁ ବୁର୍ଲା ସ୍ଥିତ ଅନୀଲ ବର୍ମାଙ୍କ ଦୋକାନକୁ ପଠାଇଥିଲା। ଅନୀଲ ଟିକଟ୍‍ ବୁକିଂ କରି ଆରପିଏଫର କର୍ମଚାରୀ ଜଣକୁ ଟିକଟ ପ୍ରଦାନ କରିଥିଲେ। ଏ ବାବଦରେ ଟିକଟ ଟଙ୍କା ସହିତ ଅଧିକ ଦୁଇ ଶହ ଟଙ୍କା ମଧ୍ୟ ଅନୀଲ କର୍ମଚାରୀଙ୍କ ଠାରୁ ଟିକଟ ବୁକିଂ ପାଇଁ ନେଇଥିଲେ। ଅନୀଲ ନିଜେ ଆରସିଟିସିର ସ୍ୱିକୃତିପ୍ରାପ୍ତ ହେବା ସତ୍ତ୍ବେ ଅଧିକ ଲାଭ ପାଇବା ପାଇଁ ନିଜର ବ୍ୟକ୍ତିଗତ ଅନ ଲାଇନ୍‍ ଆଇଡି ମାଧ୍ୟମରେ ଟିକଟ୍‍ ବୁକିଂ କରି ଅଧିକା ଟଙ୍କା ନେଉଥିଲେ। ଗୁରୁବାର ଦିନ ଆରପିଏଫ ଥାନାଧିକାରୀ ସୁଶୀଲ କୁମାର ପାଠକଙ୍କ ନେତୃତ୍ତ୍ୱରେ ସବ୍‍ ଇନିସ୍ପପେକ୍ଟର ବସନ୍ତ କୁମାର ହୋତା, ହରେନ୍ଦ୍ର ସିଂହ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଅନୀଲଙ୍କର ଦୋକାନରେ ଚଢ଼ଉ କରି ର୍ପୂର୍ବରୁ ଯାତ୍ରା କରାଯାଇଥିବା ୫୭ଟି ଟିକଟ୍‍ ଓ ୧୩ଟି ଅଗ୍ରିମ ଟିକଟ୍‍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ପୁରାତନ ଟିକଟ ମାନଙ୍କ ମଧ୍ୟରୁ ୨୭ଟି ଟିକଟ୍‍ ବ୍ୟକ୍ତିଗତ ଆଇଡିରୁ କରାଯାଇଥିବା ବେଳେ ୩୦ଟି ଟିକଟ ଏଜେନ୍ଟ ଆଇଡିରୁ କରାଯାଇଥିଲା। ଏ ସଂକ୍ରାନ୍ତରେ ସମ୍ବଲପୁର ଆରପିଏଫ୍‍ ଥାନାରେ ରେଳବାଇ ଆଇନ ଅନୁଯାୟୀ ମାମଲା ନଂ ୧୧୦୪/୧୯ ଗୁରୁବାର ଦିନ ପଞ୍ଜିକରଣ କରାଯାଇଛି। ଶୁକ୍ରବାର ଦିନ ଅନୀଲଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆରପିଏଫ ଥାନାଧିକାରୀ ସୁଶୀଲ କୁମାର ପାଠକ କହିଛନ୍ତି। ସେହିଭଳି ୧୩ଟି ଅଗ୍ରିମ ଟିକଟ ଗୁଡିକୁ ବ୍ଲକ କରିଦିଆଯାଇଛି ବୋଲି ଥାନାଧିକାରୀ ସୁଶୀଲ ପାଠକ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories