ୟେମେନ୍‌ରେ ସାଉଦି ବିମାନ ଆକ୍ରମଣ: ୫୦ ମୃତ

0

ଦୁବାଇ : ୟେମେନ୍‌ ବିଦ୍ରୋହୀଙ୍କ ଉପରେ ସାଉଦି ଆରବ ନେତୃତ୍ୱାଧୀନ ସାମରିକ ମେଣ୍ଟ ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ୟେମେନ୍‌ ରାଜଧାନୀ ସାନାଠାରେ ଏହି ଆକ୍ରମଣ ହୋଇଛି; ଯେଉଁଥିରେ ଦୁଇ ଜଣ ହୁଥି କମାଣ୍ଡରଙ୍କ ସହ ଅନ୍ୟୂନ ୫୦ଜଣ ପ୍ରାଣ ହରାଇଛନ୍ତି। ସାଉଦି ଟେଲିଭିଜନରେ ଏ ସମ୍ପର୍କରେ ଖବର ପ୍ରକାଶ କରାଯାଇଛି। ହୁଥି ବିଦ୍ରୋହୀମାନେ ଏହି ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ ବିସ୍ତୃତ ଭାବେ କିଛି ପ୍ରକାଶ କରି ନାହାନ୍ତି। ସାଉଦି ଆକ୍ରମଣରେ ୟେମେନ୍‌ରେ ୧୦ହଜାରରୁ ଅଧିକ ବିଦ୍ରୋହୀ ତଥା ସାଧାରଣ ନାଗରିକଙ୍କ ପ୍ରାଣହାନି ଘଟିଲାଣି।

Leave A Reply