www.samajalive.in
Tuesday, December 9, 2025
15.1 C
Bhubaneswar

ଏହି ସମସ୍ତ ଫଳକୁ ଫ୍ରିଜରେ ରଖୁଛନ୍ତି କି ? ସାବଧାନ

ବହୁ ଲୋକଙ୍କୁ ଏପରି ଅନୁଭବ ହୋଇଥାଏ ଯେ, ପନିପରିବା ଭଳି ଫଳକୁ ମଧ୍ୟ ଫ୍ରିଜରେ ରଖିବା ଦ୍ୱାରା ତାହା ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ। ମାତ୍ର ଏହା ଆଦୌ ସଠିକ ନୁହେଁ। ଫଳ ଗୁଡ଼ିକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ଭିଟାମିନ ନଷ୍ଟ ହେବା ସହ ଏହା ବିଷାକ୍ତ ମଧ୍ୟ ହୋଇଯାଏ। ଜାଣନ୍ତୁ କେଉଁ ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ….
ତରଭୂଜ –
ତରଭୂଜରେ ବହୁ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଏହାକୁ ଗୋଟା ଫ୍ରିଜରେ ରଖିବା ଦ୍ୱାରା ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ନଷ୍ଟ ହୋଇଯାଏ। ମାତ୍ର କାଟିବା ପରେ ଏହାକୁ ଅଳ୍ପ ଦିନ ଫ୍ରିଜରେ ରଖି ପାରିବେ। ଖାଇବାର କିଛି ସମୟ ପୂର୍ବରୁ ଏହାକୁ କିଛି ସମୟ ଫ୍ରିଜରେ ରଖି ଥଣ୍ଡା କରି ଖାଇପାରିବେ।
କଦଳୀ –
କଦଳୀକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର କଳା ପଡ଼ି ପଚି ନଷ୍ଟ ହୋଇଯାଏ। ଏତଦ ବ୍ୟତୀତ କଳଦୀକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରୁ ଇଥାଈଲୀନ ନାମକ ଗ୍ୟାସ ନିର୍ଗତ ହୋଇ ଫ୍ରିଜରେ ଥିବା ଅନ୍ୟାନ୍ୟ ଖାନ୍ୟପଦାର୍ଥକୁ ମଧ୍ୟ ନଷ୍ଟ କରିଥାଏ।
କମଳା , ଲେମ୍ବୁ –
କମଳା , ଲେମ୍ବୁର ସ୍ୱାଦ ଖଟା। ଏଥିରେ ସିଟ୍ରିକ ଏସିଡ଼ ଥିବାରୁ ଏହା ଥଣ୍ଡା ସହ୍ୟ କରିପାରିନଥାଏ ଓ ଏହାର ରସ ଓ ଚୋପା ଶୁଖିଯାଏ। ଯାଦ୍ୱାରା ଏହାର ସ୍ୱାଦ ଓ ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ।
ଅଙ୍ଗୁର –
ଅଙ୍ଗୁରକୁ ନଧୋଇ ଏହାକୁ ଫ୍ରିଜରେ ରଖି ପାରିବେ। ମାତ୍ର ଏହାକୁ ଧୋଇ ରଖିଲେ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ। ଆପଣ ଏକ ପ୍ଲାଷ୍ଟିକ ଜରିରେ ଏହାକୁ ଭର୍ତ୍ତି କରି ରଖି ପାରିବେ।
ସେଓ –
ସେଓରେ ଏନଜାଇମ୍ସ ଏକ୍ଟିବର ମାତ୍ରା ଅଧିକ ରହିଛି। ଯାଦ୍ୱାରା ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଅଧିକ ପାଚି ନଷ୍ଟ ହୋଇଯାଏ।
ଆମ୍ବ –
ଆମ୍ବକୁ ମଧ୍ୟ ଫ୍ରିଜରେ ରଖିବା ଅନୁଚିତ। କାରଣ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ହ୍ରାସ ପାଇଥାଏ ଓ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories