www.samajalive.in
Sunday, December 7, 2025
16.1 C
Bhubaneswar

ବିଶ୍ଵର ୧ ହଜାର ଶ୍ରେଷ୍ଠ ବିଶ୍ଵବିଦ୍ୟାଳୟ ମଧ୍ୟରେ ଭାରତର ୨୩ ଶିକ୍ଷାନୁଷ୍ଠାନ, ଆଇଆଇଟି ବମ୍ବେ ଦେଶରେ ନଂ-୧

ନୂଆଦିଲ୍ଲୀ: ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୦ ତାଲିକାରେ ଭାରତର ୨୩ଟି ଶିକ୍ଷାନୁଷ୍ଠାନକୁ ସ୍ଥାନ ମିଳିଛି। ବିଶ୍ଵର ସର୍ବଶ୍ରେଷ୍ଠ ୧ ହଜାର ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଆଇଆଇଟି ବମ୍ବେ ୧୫୨ ତମ ସ୍ଥାନରେ ରହିବା ସହିତ ଦେଶର ୧ ନମ୍ବର ଶିକ୍ଷାନୁଷ୍ଠାନ ମାନ୍ୟତା ଲାଭ କରିଛି। ୨୦୧୯ରେ ଏହି ତାଲିକାରେ ଆଇଆଇଟି ବମ୍ବେ ୧୬୨ତମ ସ୍ଥାନରେ ରହିଥିଲା। ୨୦୨୦ ତାଲିକାରେ ଏହା ୧୦ଟି ସ୍ଥାନ ଉପରକୁ ଉଠିଛି। ବୁଧବାର ଏହି ସୂଚୀ ଲଣ୍ଡନରେ ପ୍ରକାଶ ପାଇବ।

ଅନ୍ୟପଟେ ଆଇଆଇଟି ଦିଲ୍ଲ, କାନପୁର, ରୁରକୀ, ଖଡଗପୁର ଆଦି ଅନୁଷ୍ଠାନର ରାଙ୍କିଙ୍ଗ ଲଗାତର ଭାବେ ତଳକୁ ଖସିବାରେ ଲାଗିଛି। ଆଇଆଇଏସସି ବେଙ୍ଗାଲୁରୁର ରାଙ୍କିଙ୍ଗରେ ବି ହ୍ରାସ ପରିଲକ୍ଷିତ ହୋଇଛି। କିନ୍ତୁ ଗବେଷଣା କ୍ଷେତ୍ରରେ ଏହି ଅନୁଷ୍ଠାନ ବିଶ୍ଵରେ ୨ୟ ରାଙ୍କରେ ରହିଛି। କ୍ୟୁଏସ୍‌ର ରିସର୍ଚ୍ଚ ଡାଇରେକ୍ଟର ବେନ ସୋଟରଙ୍କ କହିବା ଅନୁସାରେ, କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୦ରେ ଭାରତର ୨୩ ସଂସ୍ଥାନକୁ ସ୍ଥାନ ମିଳିଛି। ଶ୍ରେଷ୍ଠ ୨୦୦ ଅନୁଷ୍ଠାନ ମଧ୍ୟରେ ଭାରତର ୩ଟି ଅନୁଷ୍ଠାନ ରେସ୍‌ରେ ରହିଥିବାବେଳେ ଶ୍ରେଷ୍ଠ ୫୦୦ ମଧ୍ୟରେ ୬ଟି ଶିକ୍ଷାନୁଷ୍ଠାନ ଦୌଡ଼ରେ ରହିଛି। ସୂଚୀରେ ପ୍ରଥମ ସ୍ଥାନ​‌ରେ ଏମଆଇଟି(ମାସାଚ୍ୟୁସେଟ୍‌ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି), ୨ୟ ସ୍ଥାନରେ ଷ୍ଟେନଫୋର୍ଡ ବିଶ୍ଵବିଦ୍ୟାଳୟ ଏବଂ ୩ୟ ସ୍ଥାନରେ ହାଭାର୍ଡ ବିଶ୍ଵବିଦ୍ୟାଳୟ ରହିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ୪ର୍ଥ ସ୍ଥାନରେ ରହିଥିବାବେଳେ କାଲିଫର୍ନିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ୫ମ ସ୍ଥାନରେ ରହିଛି। ସେହିପରି ଚୀନର ୧୯ଟି ଶିକ୍ଷା ସଂସ୍ଥାନ ଶ୍ରେଷ୍ଠ ୨୦୦ ମଧ୍ୟରେ ରହିଛି।

- Advertisement -

ଭାରତର ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନ ହାସଲ କରୁଥିବା ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ) କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୦ରୁ ବାଦ୍‌ ପଡ଼ିଛି। ତେବେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ୧୩ଟି ସ୍ଥାନ ଉପରକୁ ଉଠିଛି। ୨୦୧୯ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ତାଲିକାର ୪୮୭ତମ ସ୍ଥାନରେ ଥିବାବେଳେ ଏଥର ୪୭୪ତମ ସ୍ଥାନରେ ରହିଛି। ଜାମିଆ ମିଲିଆ ଇସଲାମିଆ ଏବଂ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ରାଙ୍କିଙ୍ଗ ୭୫୧ରୁ ୮୦୦ ମଧ୍ୟରେ ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories