www.samajalive.in
Monday, December 15, 2025
16.1 C
Bhubaneswar

ଭୁବନେଶ୍ୱର ଫେସନର ମିସ୍‍ ରଜ ଦିବା

ଭୁବନେଶ୍ୱର: ଭୁବନେଶ୍ୱର ଫେସନସ୍‍ କମ୍ୟୁନିଟିର ୨୦୦ରୁ ଅଧିକ ସଦସ୍ୟ ଶେଷ ରଜ ଦିନ ଏକତ୍ରିତ ହେବା ସହ ‘ମିସ୍‍ ରଜ ଦିବା’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ନାରୀ ସୁଲଭତାର ପ୍ରଦର୍ଶନ ଓ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ଝାରସୁଗୁଡ଼ା, କଟକ, ବାଲେଶ୍ୱର, ସମ୍ବଲପୁର, ପୁରୀ ଏବଂ ଜଟଣୀରୁ ପ୍ରତିଯୋଗୀମାନେ ଆସିଥିଲେ।
ବ୍ୟକ୍ତିତ୍ୱ ଆଧାରରେ ଏହି ପ୍ରତିଯୋଗିତାରେ ଚୟନ କରାଯାଉଥିବାରୁ ବିଭିନ୍ନ ବର୍ଗ ଓ ବୃତ୍ତିର ପ୍ରତିଯୋଗୀ ଭାଗ ନେଇଥିଲେ। ଏପରିକି ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଫେସନ ଓ କଳାରେ ନିଜକୁ ପ୍ରଦର୍ଶିତ କରାଇବା ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ପ୍ରତିଯୋଗୀମାନେ ମଧ୍ୟ ସାମିଲ ହୋଇଥିଲେ।
୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୩୦ ଜଣ ଫାଇନାଲରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ରୁଦ୍ରାଙ୍ଗି ହେଲିଂ ଶ୍ରେଷ୍ଠ ପ୍ରଦର୍ଶନ କରି ‘ମିସ୍‍ ରଜ ଦିବା ୨୦୦୯’ ଟାଇଟଲ୍‍ ହାସଲ କରିଥିଲେ। ମିସ୍‍ ସାନି ପଣ୍ଡା ଏବଂ ମିନାକ୍ଷୀ ପ୍ରିୟଦର୍ଶିନୀ ଏହି ପ୍ରତିଯୋଗିତାରେ ରନର୍ସ ଅପ୍‍ ବିବେଚିତ ହୋଇଥିଲେ। ବିଜେତାଙ୍କୁ ୩୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଇଭେଣ୍ଟ ଜ୍ୱେଲାରୀ ପାର୍ଟନର୍‍ ରିତ୍‍ଭିକା ଗୋଲ୍ଡ ପକ୍ଷରୁ ଏକ ହୀରା ମୁଦି ଏବଂ ଅନ୍ୟ ଇଭେଣ୍ଟ ସହଯୋଗୀ ଉତ୍କଳ ଅମ୍ରିତା, ୱକ୍‍ ଅନ୍‍ ଓ ବିବିଆଇ ପକ୍ଷରୁ ବିଭିନ୍ନ ସୌଖିନ ସାମଗ୍ରୀ ବିଜେତାଙ୍କୁ ଦିଆଯାଇଥିଲା।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories