www.samajalive.in
Thursday, December 11, 2025
27.1 C
Bhubaneswar

ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ଓମ୍‍ ବିର୍ଲା : ବୁଧବାର ଭୋଟ୍

ନୂଆଦିଲ୍ଲୀ :  ରାଜସ୍ଥାନ କୋଟାର ଦୁଇଥର ବିଜେପି ସାଂସଦ ଓମ୍‍ ବିର୍ଲା ଲୋକସଭା ବାଚସ୍ପତି ପାଇଁ ଏନ୍‍ଡିଏ ପ୍ରାର୍ଥୀ ଭାବେ ମଙ୍ଗଳବାର ମନୋନୟପତ୍ର ଦାଖଲ କରିଛନ୍ତି ।  ଆସନ୍ତାକାଲି ଏଥିପାଇଁ ଭୋଟ୍‍ ଗ୍ରହଣ କରାଯିବ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହା ଓ ନୀତିନ ଗଡ଼କରୀ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତି, ବିଜେଡ଼ି, ଶିବସେନା,ଅକାଳୀଦଳ, ଏଲଜେପି, ୱାଇଏସ୍‍ଆର୍‍ କଂଗ୍ରେସ, ଜେଡିୟୁ ଏବଂ ଏଆଇଏଡି ଏମକେ ଏହି ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି । କଂଗ୍ରେସ ଏହି ପ୍ରସ୍ତାବରେ ସ୍ୱାକ୍ଷର କରିନଥିଲେ ମଧ୍ୟ ଶ୍ରୀ ବିର୍ଲାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବାଚସ୍ପତି ପଦ ପାଇଁ ଶାସକ ଦଳ ପ୍ରାର୍ଥୀଙ୍କୁ ସମର୍ଥନ କରିବାନେଇ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ସ୍ଥିର ହୋଇଛି । ତେଣୁ ଶ୍ରୀ ବିର୍ଲା ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ​‌ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories