www.samajalive.in
Tuesday, December 9, 2025
23.1 C
Bhubaneswar

ଯଶୋବର୍ଦ୍ଧନ ବିର୍ଲା ଇଚ୍ଛାକୃତ ଦେବାଳିଆ ଘୋଷିତ

ମୁମ୍ବଇ : ୟୁକୋ ବ୍ୟାଙ୍କ ବିର୍ଲା ସୂର୍ଯ୍ୟା ଲିମିଟେଡର ମାଲିକ ଯଶୋବର୍ଦ୍ଧନ ବିର୍ଲାଙ୍କୁ ଇଚ୍ଛାକୃତ ଦେବାଳିଆ ଘୋଷିତ କରିଛି। ତାଙ୍କ କମ୍ପାନୀ ଉପରେ ୬୭.୫୫ କୋଟିି ଟଙ୍କା ବାକି ରହିଛି। ଏସବିଆଇ, ପିଏନବି, ବ୍ୟାଙ୍କ ଅଫ ଇଣ୍ଡିଆ ସହ ୟୁକୋ ବ୍ୟାଙ୍କ ବିର୍ଲା ସୂର୍ଯ୍ୟାକୁ ଋଣ ପ୍ରଦାନ କରିଥିଲା। ଯଶୋବର୍ଦ୍ଧନ ବିର୍ଲା ଏହି କମ୍ପାନୀର ନିର୍ଦେଶକ ଏବଂ ବିର୍ଲା ଗ୍ରୁପର ଅଧ୍ୟକ୍ଷ ଅଛନ୍ତି।
ୟୁକୋ ବ୍ୟାଙ୍କ ଦ୍ୱାରା ଜାରି ସାର୍ବଜନୀନ ନୋଟିସ୍‍ ଅନୁସାରେ ବ୍ୟାଙ୍କର ମୁମ୍ବଇସ୍ଥିତ ନରିମନ ପଏଣ୍ଟ କର୍ପୋରେଟ ଶାଖା ବିର୍ଲା ସୂର୍ଯ୍ୟାକୁ ୧୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା। ମାତ୍ର କମ୍ପାନୀ ମୂଳଧନରୁ ୬୭ କୋଟି ଟଙ୍କା ଏବଂ ସୁଧ ପରିଶୋଧ କରିନଥିଲା। ୟୁକୋ ବ୍ୟାଙ୍କ ୨୦୧୩ ଜୁନ ୩ରେ ବିର୍ଲା ସୂର୍ଯ୍ୟାକୁ ନନ ପରଫରମିଙ୍ଗ ଆସେଟ୍‍ (ଏନପିଏ) ଘୋଷିତ କରିଥିଲା। ବ୍ୟାଙ୍କ ପକ୍ଷରୁ ଅନେକ ନୋଟିସ ମିଳିବା ପରେ ବି କମ୍ପାନୀ ଋଣ ସୁଝିନାହିଁ। ଫଳରେ ୟୁକୋ ବ୍ୟାଙ୍କ ଏବେ କମ୍ପାନୀ ନିର୍ଦେଶକ, ପ୍ରମୋଟର, ଗ୍ୟାରେଣ୍ଟରଙ୍କୁ ଇଚ୍ଛାକୃତ ଦେବାଳିଆ ଘୋଷିତ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିର୍ଦେଶ ଅନୁସାରେ ଇଚ୍ଛାକୃତ ଦେବାଳିଆ ଘୋଷିତଙ୍କୁ ବ୍ୟାଙ୍କ ଓ ଅନ୍ୟ କୌଣସି ଆର୍ଥିକ ସଂସ୍ଥା ଋଣ ପ୍ରଦାନ କରିବେ ନାହିଁ। କମ୍ପାନୀ ଏବଂ ନିର୍ଦେଶକଙ୍କ ବିରୋଧରେ ଋଣଦାତା ଅପରାଧିକ ମାମଲା ରୁଜୁ କରିପାରିବ।
ପ୍ରକାଶ ଯେ ଘନଶ୍ୟାମ ଦାସ ବିର୍ଲା ୟୁକୋ ବ୍ୟାଙ୍କର ପ୍ରତିଷ୍ଠାତା ଥିଲେ। ସେ ୧୯୪୩ରେ କଲକତାରେ ବ୍ୟାଙ୍କର ସ୍ଥାପନା କରିଥିଲେ। ସେ ଯଶୋବର୍ଦ୍ଧନ ବିର୍ଲାଙ୍କ ଜେଜେ ରାମେଶ୍ୱର ଦାସ ବିର୍ଲାଙ୍କ ଭାଇ ଥିଲେ। ୧୯୬୯ରେ ସରକାର ୟୁକୋ ବ୍ୟାଙ୍କକୁ ଅଧିଗ୍ରହଣ କରିନେଇଥିଲେ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories