BJD Bijuli 480×75 Mob

ହାତୀର ମୃତ ଦେହ ଉଦ୍ଧାର

BJD Bijuli 480×75 Mob
0

ମୟୂରଭଞ୍ଜ: ବେତନଟୀ ବନାଞ୍ଚଳ ରେଞ୍ଜ ଅଧୀନ ବଇଁଚା ଗ୍ରାମରୁ ଏକ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ବ୍ୟବଚ୍ଛେଦ ପରେ ହାତୀର ମୃତ ଦେହକୁ ପୋତି ଦିଆଯିବ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକ ଝାଡ଼ଖଣ୍ଡ ହାତୀ ପଲ ଓଡ଼ିଶା ସୀମାନ୍ତକୁ ପ୍ରବେଶ କରିଛନ୍ତି। ଦୁଇ ତିନୋଟି ଦଳରେ ସେମାନେ ଭାଗ ହୋଇ ମୟୂରଭଞ୍ଜ ଜିଲାର ବିଭିନ୍ନ ବନାଞ୍ଚଳରେ ରହୁଛନ୍ତି। ମୃତ ହାତୀଟି ଝାଡ଼ଖଣ୍ଡର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply