www.samajalive.in
Wednesday, December 10, 2025
14.1 C
Bhubaneswar

ଇଂଲଣ୍ଡରେ ଭାରତୀୟ ଦଳ ସହ ଯୋଗଦେବେ ପନ୍ତ୍‌

ନୂଆଦିଲ୍ଲୀ : ଭାରତୀୟ ୱିକେଟ ରକ୍ଷକ ତଥା ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌ ଗୁରୁବାର ଇଂଲଣ୍ଡ ଯାଇ ବିଶ୍ବକପ୍ ଖେଳୁଥିବା ଭାରତୀୟ ଦଳ ସହ ଯୋଗଦେବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶିଖର ଧାୱନ୍‌ଙ୍କ ବାମହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା। ଆଘାତଜନିତ କାରଣରୁ ଧାୱନ୍‌ ଅତିକମ୍‌ରେ ୩ଟି ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଦଳୀୟ ମ୍ୟାନେଜମେଣ୍ଟ କହିଥିଲା। ତେବେ ଧାୱନ୍‌ ଦଳ ସହ ରହିବେ ଏବଂ କିଛିଦିନ ପରେ ତାଙ୍କୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଏପରି ପରିସ୍ଥିତିରେ ଋଷଭ ପନ୍ତ୍‌ଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡ ପଠାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ତେବେ ଧାୱନ୍‌ ଯେପର୍ଯ୍ୟନ୍ତ ବିଶ୍ବକପ୍‌ରୁ ବାଦ୍ ନ ପଡ଼ିଛନ୍ତି ସେପର୍ଯ୍ୟନ୍ତ ପନ୍ତ୍‌ ୧୫ ଜଣିଆ ଭାରତୀୟ ଦଳରେ ସାମିଲ ହୋଇପାରିବେ ନାହିଁ।
ଇତିମଧ୍ୟରେ ପନ୍ତ୍‌ଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବିସିସିଆଇ କର୍ମଚାରୀ ପହଞ୍ଚି କ୍ରୀଡ଼ା ସରଞ୍ଜାମ ପ୍ରଦାନ କରି ସାରିଥିବା ଜଣାପଡ଼ିଛି। ଗୁରୁବାର ପନ୍ତ୍‌ଙ୍କୁ ଯଥାଶୀଘ୍ର ବିମାନ ଯୋଗେ ଇଂଲଣ୍ଡ ପଠାଇବାକୁ ବିସିସିଆଇ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ଯଦି ଧାୱନ୍‌ ବିଶ୍ବକପ୍‌ରୁ ବାଦ୍ ପଡ଼ନ୍ତି ତେବେ ପନ୍ତ୍‌ଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯିବ। ପାଖାପାଖି ଗୋଟିଏ ସପ୍ତାହ ପରେ ଶିଖରଙ୍କୁ ଚିକିତ୍ସାରୁ କେତେ ସୁଫଳ ମିଳିଛି ସେ ସଂପର୍କ​‌େ​‌ର ଅନୁଧ୍ୟାନ କରାଯିବ। ଯଦି ଶିଖର ସୁସ୍ଥ ନ ହୁଅନ୍ତି ତେବେ ପନ୍ତ୍‌ ଦଳରେ ସ୍ଥାନ ପାଇବା ନିଶ୍ଚିତ। ଏହାକୁ ଦୃଷ୍ଟିରେ ରଖି ପନ୍ତ୍‌ଙ୍କୁ ଇଂଲଣ୍ଡର ପାଣିପାଗ ସହ ଖାପ୍‌ ଖୁଆଇବା ଲକ୍ଷ୍ୟରେ ଆଗୁଆ ଷ୍ଟାଣ୍ଡବାଏ ଖେଳାଳିଭାବେ ସେଠାକୁ ପଠାଯାଉଛି। ଋଷଭ ଭାରତୀୟ ଦଳର ସହ ଅଭ୍ୟାସ କରିବେ। ଯଦି ଧାୱନ୍‌ ବିଶ୍ବକପ୍‌ରୁ ବାଦ୍ ପଡ଼ନ୍ତି ତେବେ ପନ୍ତ୍‌ ଭାରତ ତରଫରୁ ୪ନଂ​‌େ​ର ବ୍ୟାଟିଂ କରିବେ ଏବଂ ବର୍ତ୍ତମାନ ୪ନଂ ସ୍ଥାନରେ ବ୍ୟାଟିଂ କରୁଥିବା କେଏଲ୍‌ ରାହୁଲ ଓପନର୍‌ ଦାୟିତ୍ବ ନିର୍ବାହ କରିବେ ବୋଲି ଆଲୋଚନା ହେଉଛି। ଧାୱନ୍‌ଙ୍କ ସ୍ଥାନରେ ରୋହିତ ଶର୍ମାଙ୍କ ସହ ରାହୁଲ ବ୍ୟାଟିଂ ଓପନ୍‌ କରିବେଏବଂ ଦିନେଶ କାର୍ତ୍ତିକ କିମ୍ବା ବିଜୟ ଶଙ୍କରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରା ଯାଇପାରେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories