www.samajalive.in
Monday, December 8, 2025
24.1 C
Bhubaneswar

ଧାୱନଙ୍କ କବିତାକୁ ନେଇ ଚର୍ଚ୍ଚା

ଲଣ୍ଡନ୍‌ : କ୍ରିକେଟ୍‌ ବିଶ୍ବକପ୍‌ରେ ଭାଗ ନେଉଥିବା ଭାରତୀୟ ଦଳର ଓପନର୍‌ ଶିଖର ଧାୱନଙ୍କ ବାମହାତର ବୁଢ଼ା ଆଙ୍ଗୁଠି ହାଡ଼ରେ ସାମାନ୍ୟ ଫାଟ ବା ଫ୍ରାକ୍ଚର ହୋଇଥିବା ଭାରତୀୟ ଦଳ ମ୍ୟାନେଜମେଣ୍ଟ ତରଫରୁ ମଙ୍ଗଳବାର ଘୋଷଣା କରାଯାଇଥିଲା। ଫଳରେ ଧାୱନ୍ ଅତିକମ୍‌ରେ ବିଶ୍ବକପ୍‌ରେ ୩ଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ୧୩ରେ ନ୍ୟୁଜିଲାଣ୍ଡ, ୧୬ରେ ପାକିସ୍ତାନ ଓ ୨୨ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧାୱନ୍‌ ଖେଳିବେ ନାହିଁ। ତେବେ ଧାୱନ୍‌ଙ୍କୁ ଭାରତ ପଠାଯିବ ନାହିଁ ଏବଂ ସେ ଦଳ ସହ ରହିବେ ବୋଲି ମ୍ୟାନେଜମେଣ୍ଟ ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ୩ଟି ମ୍ୟାଚ୍‌ରୁ ବାଦ୍ ପଡ଼ିବା ପରେ ଧାୱନ୍‌ ସାମାଜିକ ଗଣମାଧ୍ୟମରେ ମହାନ୍‌ ଉର୍ଦ୍ଦୁ କବି ରାହତ୍‌ ଇନ୍ଦୋରଙ୍କ କବିତାର କେତକ ପକ୍ତିଂକୁ ଉଦ୍ଧାର କରି ଲେଖିଛନ୍ତି ଯାହାକୁ ନେଇ ବିଭିନ୍ନ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି। ଧାୱନ୍ ଯେଉଁ ପକ୍ତିଂଗୁଡ଼ିକ ଉଦ୍ଧାର କରିଛନ୍ତି, ତାହାର ଅର୍ଥ ହେଲା କଷ୍ଟ ସମୟରେ କେହି ମୋ ମନୋବଳ ଦୁର୍ବଳ କରିପାରିବ ନାହିଁ କାରଣ ମୁଁ ଡେଣା ଦ୍ବାରା ନୁହେଁ ସାହସ ଦ୍ବାରା ଉଡୁଛି। ସୂଚନାଥାଉକି ଧାୱନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ଆଘାତପ୍ରାପ୍ତ ହୋଇଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories