www.samajalive.in
Sunday, December 7, 2025
26.1 C
Bhubaneswar

ସ୍ମିଥ୍‌ଙ୍କ ପ୍ରତି ନକରାତ୍ମକ ମନ୍ତବ୍ୟ ନ ଦେବାକୁ କହିଲେ କୋହଲି

ଓଭାଲ୍‌ : କ୍ରିକେଟ୍‌ ବିଶ୍ବକପ୍‌ରେ ରବିବାର ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତରଫରୁ ଖେଳୁଥିବା ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ପ୍ରତି ଗ୍ୟାଲେରୀରେ ଉପସ୍ଥିତ କେତେକ ଭାରତୀୟ ସମର୍ଥକ ନକରାତ୍ମକ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା। ତେ​‌େ​‌ବ ଏପରି ନ କରିବାକୁ ଭାରତୀୟ ଦଳର ଅଧିନାୟକ ବିରା​ଟ କୋହଲି ପ୍ରଶଂସକଙ୍କୁ କହିବା ବର୍ତ୍ତମାନ କ୍ରିକେଟ୍‌ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଥାଉକି ବଲ୍‌ ଟାମ୍ପରିଂ ମାମଲାରେ ସ୍ମିଥ୍‌ ଏକବର୍ଷ ପାଇଁ କ୍ରିକେଟ୍‌ରୁ ବାସନ୍ଦ ହୋଇଥିଲେ। ବାସନ୍ଦାଦେଶ ଉଠିବା ପରେ ସେ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇ ବିଶ୍ବକପ୍‌ରେ ଖେଳୁଛନ୍ତି। ରବିବାର ଭାରତ ବିପକ୍ଷ ମ୍ୟାଚ୍‌ରେ ଥାର୍ଡ ମ୍ୟାନ୍‌ ସ୍ଥାନରେ ସ୍ମିଥ୍‌ ଫିଲଡିଂ କରୁଥିବା ବେଳେ ନିକଟସ୍ଥ ଗ୍ୟାଲେରୀରେ ଉପସ୍ଥିତ ଭାରତୀୟ ପ୍ରଶଂସକ ତାଙ୍କୁ ଠକ ବୋଲି ଡାକୁଥିବା ଦେଖିବାକୁ ମିଳିଥିଲା। ସ୍ମିଥ୍‌ କେତେକ ଉନ୍ନତ ଫିଲଡିଂ କୌଶଳ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତୀୟ ପ୍ରଶଂସକ ତାଳି ନ ମାରି ଓଲଟା ତାଙ୍କ ପ୍ରତି ନକରାତ୍ମକ ମନ୍ତବ୍ୟ ପ୍ରଦାନ କରିଥିଲେ। ସେହି ସମୟ​‌େ​ର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରୁଥିଲେ। ସ୍ମିଥ୍‌ଙ୍କ ପ୍ରତି ପ୍ରଶଂସକଙ୍କ ଏପରି ଆଚରଣ କୋହଲିଙ୍କୁ ଭଲ ଲାଗିଲା ନାହିଁ। ଓଭର ଶେଷରେ କୋହଲି ଗ୍ୟାଲେରୀରେ ଉପସ୍ଥିତ ଦର୍ଶକଙ୍କୁ ଠାର ମାଧ୍ୟମରେ ସ୍ମିଥ୍‌ଙ୍କ ପ୍ରତି ନକରାତ୍ମକ ମନ୍ତବ୍ୟ ନ ଦେବାକୁ ଇସାରା କରୁଥିବା ଦେଖିବାକୁ ମିଳିଥିଲା।
ମ୍ୟାଚ୍‌ ଶେଷ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି ଭାରତୀୟ ପ୍ରଶଂସକଙ୍କ ତରଫରୁ ସ୍ମିଥ୍‌ଙ୍କ ପ୍ରତି ଦୁଃଖପ୍ରକାଶ କରିଥିଲେ। ଯାହା ଘଟି ଯାଇଛି ତାହାକୁ ନେଇ ସ୍ମିଥ୍‌ଙ୍କୁ ସମାଲୋଚନା କରାଯିବା ଅନୁଚିତ୍‌ ବୋଲି ସେ ମତ ଦେଇଥିଲେ। ଭାରତୀୟ ପ୍ରଶଂସକଙ୍କୁ ସ୍ମିଥ୍‌ଙ୍କ ପ୍ରତି ନକରାତ୍ମକ ମନ୍ତବ୍ୟ ପ୍ରଦାନ ନ କରିବାକୁ କୋହଲି କହିବା ପରେ ସ୍ମିଥ୍‌ ଆସି କୋହଲିଙ୍କ ସହ କରମର୍ଦ୍ଦନ କରିଥିବା ଦେଖିବାକୁ ମିଳିଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories