କଠୁଆ ମାମଲା : ଶୁଣାଣି ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ବହୁ ଚର୍ଚ୍ଚିତ କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ଉପରେ ସୁପ୍ରିମକୋର୍ଟ ମଇ ୭ ପର୍ଯ୍ୟନ୍ତ ସ୍ଥଗିତାଦେଶ ଲଗାଇଛନ୍ତି। ମାମଲାର ଶୁଣାଣିକୁ ଚଣ୍ଡିଗଡ଼କୁ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ସ୍ଥଗିତାଦେଶ ଲଗାଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‍ ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ କହିଛନ୍ତି ଯେ ପୀଡ଼ିତାଙ୍କ ବାପାଙ୍କ ପକ୍ଷରୁ ମାମଲାର ଶୁଣାଣିକୁ ଚଣ୍ଡିଗଡ଼କୁ ସ୍ଥାନାନ୍ତର ଓ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ଅଭିଯୁକ୍ତମାନେ କରିଥିବା ଆବେଦନ ଉପରେ ପ୍ରଥମେ ବିଚାର କରାଯିବ ତା ପରେ ମାମଲାର ଶୁଣାଣି ହେବ। ଏହି ମାଲାର ପରବର୍ତ୍ତୀ ଶୁଣାଣି ମଇ ୭ରେ ହେବ। ପ୍ରକାଶ ଯେ ଉଲ୍ଲେଖଯୋଗ୍ୟ ଯେ ଜଙ୍ଗଲରେ ଘୋଡ଼ା ଚରାଉଥିବାବେଳେ ନାବାଳିକାକୁ ଜାନୁଆରୀ ୧୦ରେ ଅପହରଣ କରାଯାଇଥିଲା ଓ ଏହାର ସପ୍ତାହେ ପରେ ରାସନା ଜଙ୍ଗଲରୁ ତାର ମୃତଦେହ ଠାବ କରାଯାଇଥିଲା। ନାବାଳିକାକୁ ଅପରହରଣ ପରେ ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଜାମ୍ମୁ କାଶ୍ମୀରର ସ୍ଥାନୀୟ ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଛି। ଶୁଣାଣିରେ ଟିକିଏ ବି ଅନ୍ୟାୟ ହେବାର ଆଶଙ୍କା ପ୍ରକାଶ ପାଇଲେ ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସୁପ୍ରିମକୋର୍ଟ ଗୁରୁବାର ଚେତାବନୀ ଦେଇଥିଲେ। ଗତ ସପ୍ତାହରେ ଜାମ୍ମୁ କାଶ୍ମୀର କ୍ରାଇମବ୍ରାଞ୍ଚ ଏହି ମାମଲାରେ ୮ ଜଣଙ୍କ ବିରୋଧରେ ୨ଟି ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ୭ ଜଣଙ୍କ ବିରୋଧରେ ଗୋଟିଏ ଓ ଅଭିଯୁକ୍ତ ନାବାଳକ ବିରୋଧରେ ଅନ୍ୟ ଏକ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି।

Leave A Reply