www.samajalive.in
Sunday, December 7, 2025
23.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ ପ୍ୟାକ୍‍

ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ମୁହଁର ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଖରା ସମୟରେ ବାହାରକୁ ଗଲେ ସୂର୍ଯ୍ୟ କିରଣ କାରଣରୁ ହେଉ ଅଥବା ବାହାର ପ୍ରଦୂଷଣ କାରଣରୁ ହେଉ ତ୍ୱଚା ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ଫେସ ପ୍ୟାକ୍‍ର ବ୍ୟବହାର ଫଳରେ ମୁହଁର ଦାଗ ଦୂର ହେବା, ଉଜ୍ୱଳ ହେବା, ଅପରିଷ୍କାର ପଦାର୍ଥ ବାହାର କରିବା ଭଳି ଲାଭ ମିଳିଥାଏ। ବଜାରରେ ବିକ୍ରି ହେଉଥିବା ଫେସ ପ୍ୟାକ ବଦଳରେ ଆପଣ ଘରୋଇ ଉପାୟରେ ମଧ୍ୟ ଏହାକୁ ପ୍ରସ୍ତୁତ କରିପାରିବେ। ଯାହା ତ୍ୱଚା ପାଇଁ ଉତ୍ତମ ହେବା ସହ କେମିକାଲ ନଥିବା ହେତୁ କୌଣସି କୁପ୍ରଭାବ ପକାଇ ନଥାଏ। ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ ଘରୋଇ ଫେସ ପ୍ୟାକ….

courtesy : shelookbook.com

କାକୁଡ଼ି ଫେସ ପ୍ୟାକ୍‍ –
କାକୁଡ଼ିକୁ କାଟି ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟରେ ସାମାନ୍ୟ ଚିନି ମିଶାଇ ଏହାକୁ ୫ ରୁ ୧୦ ମିନଟ ଫ୍ରିଜରେ ରଖି ଦିଅନ୍ତୁ। ଫ୍ରିଜରୁ କାଢି ଏହାକୁ ମୁହଁରେ ଲଗାଇ ୨୫ ମିନିଟ ରଖନ୍ତୁ। ୨୫ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୨ଥର ଲଗାଇବା ଦ୍ୱାରା ମୁହଁର ବିଭିନ୍ନ ଦାଗ ଦୂର ହୋଇଥାଏ। ମୁହଁର ଚର୍ମ କୋମଳ ହୋଇଥାଏ।

- Advertisement -
courtesy : Boldsky.com

ଦହି ଓ ଏଲୋବେରା ଫେସ ପ୍ୟାକ୍‍ –
୪ ଚାମଚ ଏଲୋବେରା ରସରେ ୧ ଚାମଚ ଦହି ମିଶାଇ ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଚମକ ବୃଦ୍ଧି କରିବା ସହ ଗୋରା ମଧ୍ୟ କରିଥାଏ।

courtesy : Maxdio

ଟମାଟୋ ଓ ମହୁ ଫେସ ପ୍ୟାକ୍‍ –
ଅଳ୍ପ ଟମାଟୋ ରସରେ କିଛି ମହୁ ମିଶାଇ ଏହାକୁ ମୁହଁରେ ଲଗାଇ ୨୫ ମିନିଟ ରଖନ୍ତୁ। ୨୫ ମିନିଟ ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ଥର ଲଗାନ୍ତୁ। ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।

courtesy : Indian Makeup and Beauty Blog

ବେସନ, କ୍ଷୀର ଓ ମହୁ ଫେସ ପ୍ୟାକ୍‍ –
୪ ଚାମଚ ବେସନ, ୧ ଚାମଚ କ୍ଷୀର , ଅଳ୍ପ କିଛି ମହୁ ଓ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୩ଥର ଏହାକୁ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର ଓ ଉଜ୍ୱଳ ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories