ଟ୍ରକ୍‌ ପଛରେ ପିଟିଲା ବାଇକ, ଜଣେ ମୃତ

0

ପିପିଲି: ପିପିଲି-ନିମାପଡା ରାସ୍ତାର ରେଞ୍ଚ ମୁଦୁଲିସାହି ନିକଟରେ ଏକ ଟ୍ରକ୍‌ ପଛରେ ଅନ୍ୟ ଏକ ବାଇକ୍‌ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି  । ନିମାପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି  ।

ସୂଚନା ଅନୁଯାଇ, ଗୁରୁବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ଏକ ପଥର ବୋଝେଇ ଟ୍ରକ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ପିପିଲିରୁ ନିମାପଡା ଅଭିମୁଖେ ଯାଉଥିବା ଏକ ବାଇକ୍‌ ଉକ୍ତ ଟ୍ରକ୍‌ ପଛରେ ଧକ୍କା ଲାଗିଥିଲା  । ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତରଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି  । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିନାହିଁ  ।

Leave A Reply