www.samajalive.in
Monday, December 8, 2025
14.1 C
Bhubaneswar

ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା ଆଜି

ସାଉଥାମ୍ପ୍‌ଟନ : ଚଳିତ ବିଶ୍ବକପ୍‌ରେ ଅନ୍ୟ ୯ଟି ପ୍ରତିଯୋଗୀ ଦଳ ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟର ୭ମ ଦିନରେ ପ୍ରଥମେ ପଡ଼ିଆକୁ ଓହ୍ଲାଇବ। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ତେବେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍ ଖେଳି ସାରିଥିବା ବେ​‌େ​‌ଳ ଏହା ତା’ର ୩ୟ ମ୍ୟାଚ୍ ହେବ। ତେଣୁ ଇଂଲଣ୍ଡ ପିଚ୍ ଓ ବାତବାରଣ ସହ ବିଶ୍ବକପ୍ ପରିବେଶ ସହ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ଅଧିକ ପରିଚିତ। ତେବେ ଏହା ମଧ୍ୟ ସତ ଯେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ୨ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡଠାରୁ ଶତାଧିକ ରନ୍‌ରେ ହାରିବା ପରେ ଆଇସିସି ଦିନିକିଆ ମାନ୍ୟତାରେ ୭ମ ସ୍ଥାନରେ ଥିବା ବାଂଲାଦେଶଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି। ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଜୟଧାରାକୁ ଫେରିବା ପାଇଁ ଏହା ବ୍ୟଗ୍ର। ଅନ୍ୟପକ୍ଷରେ ବିଜୟ ସହ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଭାରତୀୟ ଦଳ ନିଶ୍ଚୟ ଲକ୍ଷ୍ୟରଖିଛି।
ଆଇସିସି ଦିନିକିଆ ମାନ୍ୟତାରେ ଉଭୟ ଦଳଙ୍କ ମଧ୍ୟରେ ବିଶେଷ ଫରକ ନାହିଁ। ଭାରତର ମାନ୍ୟତା ୨ ଥିବା ବେଳେ ଦକ୍ଷିଣ ଆଫ୍ରିକା ୩ୟ ସ୍ଥାନରେ ରହିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ କ୍ରିକେଟ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଆହତଗତ ସମସ୍ୟାରେ ଜର୍ଜରିତ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ କୋହଲି ଲକ୍ଷ୍ୟ ରଖିଛନ୍ତି। ତାଙ୍କ ସମୟରେ ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ହେଉଛନ୍ତି କୋହଲି ଏବଂ ଏହି ବିଶ୍ବକପ୍ ଅଧିନାୟକ ଭାବେ ତାଙ୍କୁ ପୁନଃବର୍ଣ୍ଣନା କରିବ। ଭାରତୀୟ ଦଳରେ ଏକାଧିକ ମ୍ୟାଚ୍ ବିଜେତା ଅଛନ୍ତି ଏବଂ କୋହଲି ସେମାନଙ୍କ ମଧ୍ୟରୁ ପ୍ରମୁଖ। ଏହା ସତ ଯେ ୨୦୧୧ ବିଶ୍ବକପ୍ ପରି ଭାରତୀୟ ଦଳରେ ତାରକା ଖେଳାଳି ନାହାନ୍ତି। ତେବେ କୋହଲିଙ୍କ ନେତୃତ୍ବରେ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଦିଗ୍‌ଦର୍ଶନରେ ଏହି ଦଳ ଲିଗ୍ ପର୍ଯ୍ୟାୟରେ ୯ଟିରୁ ୬ଟି ମ୍ୟାଚ୍ ଜିତି ସେମିଫାଇନାଲ ସ୍ଥାନ ନିଶ୍ଚିତ କରିବାକୁ ପୂରା ସକ୍ଷମ। ଏହି ବିଶ୍ବକପ ପାଇଁ ଗତ ୨ ବର୍ଷ ହେଲା ଭାରତୀୟ ଦଳ ଗଠନ ଚାଲିଥିଲା। ପ୍ରଥମ ମ୍ୟାଚ୍ ଯେକୌଣସି ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ଦକ୍ଷିଣ ଆଫ୍ରିକା ପରି ଦଳକୁ ପ୍ରଥମ ମ୍ୟାଚ୍‌ରେ ହରାଇଲେ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ହୋଇଯିବ। ତେବେ କ୍ରମାଗତ ୨ଟି ମ୍ୟାଚ୍ ହାରି ଦକ୍ଷିଣ ଆଫ୍ରିକା ଏବେ ଆତ୍ମବିଶ୍ବାସ ହରାଇ ସାରିଛି। ଏହାସହ ଦଳର ଦୁଇ ପ୍ରମୁଖ ଫାଷ୍ଟବୋଲର ଆହତହେବା ଦକ୍ଷିଣ ଆଫ୍ରିକା ପାଇଁ ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଲୁଙ୍ଗି ଏନ୍‌ଗିଡି ଆହତ ହୋଇ ଭାରତ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ବେଳେ ଅଭିଜ୍ଞ ଡେଲ୍‌ ଷ୍ଟେନ୍ ପୂରା ବିଶ୍ବକପ୍‌ରୁ ବାଦ୍ ପଡ଼ିଛନ୍ତି। ହେଲ୍‌ମେଟରେ ବଲ୍ ବାଜିବା ପରେ ହାସିମ୍ ଆମ୍‌ଲା ଆହତ ହୋଇଥି​‌େ​‌ଲ ହେଁ ତାଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ବିଚାର କରିପାରେ। ଏପରି ଦଳକୁ ନକ୍‌ଆଉଟ୍ ମୁଥ ମାରିବାକୁ ଭାରତ ଅପେକ୍ଷା କରିଛି।
ତେବେ ଦକ୍ଷିଣ ଆଫ୍ରିକା ପରି ଦଳକୁ ଦୁର୍ବଳ ମନେକରିବା ଆତ୍ମଘାତୀ ହୋଇପାରେ ବୋଲି ପ୍ରଶିକ୍ଷକ ରବି ଶାସ୍ତ୍ରୀ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ସାଉଥାମ୍ପ୍‌ଟନର ପିଚ୍ ବ୍ୟାଟିଂ ସହାୟକ ହେବ। ତେବେ ପାଗ ମେଘୁଆ ରହିବା ସହ ମଝିରେ ମଝିରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରା ଯାଇଥିବାରୁ ଚୂଡ଼ାନ୍ତ ଏକାଦଶ ବାଛିବା ଭାରତ ପାଇଁ ସହଜ ହେବନାହିଁ। ଜଣେ ସ୍ପିନରଙ୍କୁ ବସାଇ ୩ୟ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାରଙ୍କୁ ଖେଳାଇବା କଥା କୋହଲି ବିଚାର କରୁଛନ୍ତି। ପୁଣି ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇବା କଥା ମଧ୍ୟ ଭାରତ ଚିନ୍ତା କରିପାରେ। ପୁଣି କୋହଲିଙ୍କୁ କେଦାର ଯାଦବ ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ। କାରଣ ୪ନଂ ସ୍ଥାନରେ କେ.ଏଲ୍‌. ରାହୁଲ ଖେଳିବା ନିଶ୍ଚିତ। ଭାରତୀୟ ଦଳ ଭଲଭାବେ ଜାଣିଛି ଯେ ଏପରି ବାତାବରଣରେ କାଗିସୋ ରାବାଡ଼ାଙ୍କ ଏକ ଭଲ ବୋଲିଂ ସ୍ପେଲ୍‌ ଭାରତୀୟ ବ୍ୟାଟିଂ ଦୁର୍ବଳତା ପଦାରେ ପକାଇପାରେ। ଭାରତର ସଫଳତା ପାଇଁ ଓପ୍‌ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ସଫଳହେବା ବେଶ୍ ଆବଶ୍ୟକ। କାରଣ ଭାରତୀୟ ବ୍ୟାଟିଂ ଲାଇନ୍‌ର ପ୍ରଥମ ୩ ଜଣ ହିଁ ମ୍ୟାଚ୍ ବିଜେତା। ଅନ୍ୟପକ୍ଷରେ ଓପ୍‌ନର କ୍ବିଣ୍ଟନ ଡି କକ୍ ଓ ଅଧିନାୟକ ଫାଫ୍ ଡୁ ପ୍ଲେସିଙ୍କୁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଭାର ସମ୍ଭାଳିବାକୁ ପଡ଼ିବ। କାରଣ ଦକ୍ଷିଣ ଆଫ୍ରିକା ବ୍ୟାଟିଂରେ ଦକ୍ଷତା ଥିଲେ ହେଁ ଅଭିଜ୍ଞତାର ଅଭାବ ରହିଛି। ପୁଣି ସେମାନଙ୍କୁ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ପରି ମାରାତ୍ମକ ବୋଲରଙ୍କ ସମ୍ମୁଖୀନ ହେବାକୁ ପଡ଼ିବ। ମ୍ୟାଚ୍‌ରେ ନିଶ୍ଚିତ ଭାବେ ଭାରତ ଫେଭରିଟ୍।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories