www.samajalive.in
Friday, December 12, 2025
27.1 C
Bhubaneswar

୪୫ ବର୍ଷର ସର୍ବୋଚ୍ଚସ୍ତରରେ ବେକାରୀ ସମସ୍ୟା

ନୂଆଦିଲ୍ଲୀ : ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରେ ବେକାରୀ ହାର ନେଇ ଶୁକ୍ରବାର ସରକାରୀ ପରିସଂଖ୍ୟାନ ଜାରି କରାଯାଇଛି। ମନ୍ତ୍ରିମଣ୍ଡଳ ଗଠନର ଗୋଟିଏ ଦିନ ପରେ ଶ୍ରମ ମନ୍ତ୍ରାଳୟ ଏହି ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁସାରେ ଦେଶରେ ୨୦୧୭-୧୮ ବର୍ଷରେ ବେକାରୀ ହାର ୪୫ ବର୍ଷର ସର୍ବୋଚ୍ଚସ୍ତର ୬.୧%ରେ ପହଞ୍ଚିଛି। ଏହା ପୂର୍ବରୁ ୧୯୭୨-୭୩ରେ ଦେଶରେ ବେକାରୀ ହାର ୬.୧% ଥିଲା।
ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‍ଏସ୍‍ଏସ୍‍ଓ)ର ଜାନୁଆରୀରେ ପ୍ରଘଟ ରିପୋର୍ଟରେ ବେକାରୀ ହାର ୬.୧%ରେ ପହଞ୍ଚିଥିବା ଦର୍ଶାଯାଇଥିଲା। ସେତେବେଳେ ନିତି ଆୟୋଗ ଏହି ରିପୋର୍ଟକୁ ଖଣ୍ଡନ କରିଥିଲା ଓ ଏହା ଚୂଡ଼ାନ୍ତ ରିପୋର୍ଟ ନୁହେଁ ବୋଲି କହିଥିଲା। ତେବେ ପ୍ରାୟ ୩ ମାସ ପରେ ସରକାରୀ ଭାବେ ବେକାରୀ ହାର ୬.୧%ରେ ପହଞ୍ଚିଥିବା କୁହାଯାଇଛି।
ଜୁଲାଇ ୨୦୧୭ରୁ ଜୁନ୍‍ ୨୦୧୮ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଅର୍ଥାତ ବିମୁଦ୍ରାୟନ ପରେ ଏହା ହେଉଛି ପ୍ରଥମ ସରକାରୀ ବା ଅଧିକାରୀକ ସର୍ବେକ୍ଷଣ। ସରକାର ଏହି ରିପୋର୍ଟକୁ ଚାପି ଦେଇଥିବା ଅଭିଯୋଗରେ ଜାନୁଆରୀରେ ରାଷ୍ଟ୍ରୀୟ ପରିସଂଖ୍ୟାନ ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଦୁଇ ଜଣ କର୍ମଚାରୀ ଇସ୍ତଫା ଦେଇଥିଲେ। ଆୟୋଗ ମଞ୍ଜୁରୀ ଦେବା ପରେ ବି ସରକାର ଏହି ରିପୋର୍ଟ ପ୍ରକାଶ କରୁନଥିବା ସେମାନେ ଅଭିଯୋଗ କରିଥିଲେ। ଏହି ରିପୋର୍ଟ ୨୦୧୮ ଡିସେମ୍ବରରେ ଜାରି ହେବାର ଥିଲା।
ଏନଏସ୍‍ଏସ୍‍ଓ ରିପୋର୍ଟ ଅନୁସାରେ ୨୦୧୭-୧୮ ବର୍ଷରେ ଗ୍ରାମାଞ୍ଚଳରେ ବେକାରୀ ହାର ୫.୩%, ସହରାଞ୍ଚଳରେ ସର୍ବାଧିକ ବେକାରୀ ହାର ୭.୮% ରହିଥିଲା। ପୁରୁଷଙ୍କ କ୍ଷେତ୍ରରେ ବେକାରୀ ଦର ୬.୨% ଓ ମହିଳାଙ୍କ କ୍ଷେତ୍ରରେ ୫.୭% ରହିଥିଲା। ଏହା ମଧ୍ୟରେ ଯୁବ ବେକାରୀ ହାର ସର୍ବାଧିକ ଥିଲା। ଯୁବ ବେକାରୀ ହାର ୧୩%ରୁ ୨୭% ରହିଥିଲା। ୨୦୧୧-୧୨ରେ ବେକାରୀ ହାର ୨.୨% ଥିଲା। ୧୯୭୨-୭୩ ପରେ ଏହା ହେଉଛି ସର୍ବୋଚ୍ଚ ବେକାରୀ ହାର।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories