www.samajalive.in
Sunday, December 7, 2025
13.1 C
Bhubaneswar

କ୍ରିକେଟ ବିଶ୍ପକପ୍-୨୦୧୯ : ଏବେ ଟ୍ବିଟରରେ ଦେଖିପାରିବେ ମ୍ୟାଚର ସିଧାପ୍ରସାରଣ

ନୂଆଦିଲ୍ଲୀ : ଟ୍ବିଟର କ୍ରିକେଟ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ପରେ ଏବେ କ୍ରିକେଟ୍ ବିଶ୍ବକପର ସିଧାପ୍ରସାରଣ ଆପଣ ଟ୍ବିଟରରେ ଦେଖିପାରିବେ। ଏଥିପାଇଁ ପ୍ରଶଂସକମାନଙ୍କୁ ହ୍ୟାଚଟ୍ୟାଗ୍ ସିଡବ୍ଲୁସି୧୯କୁ ଜିବାକୁ ପଡ଼ିବ। କ୍ରିକେଟ ପ୍ରଶଂସକମାନେ ଟ୍ବିଟରରେ ମୋମେଣ୍ଟସ୍ ଇଣ୍ଡିଆରେ ଟ୍ବିଟକରି ସ୍କୋର ସହିତ କମେଣ୍ଟ୍ରି ଏବଂ ଭିଡ଼ିଓ ମଧ୍ୟ ଦେଖିପାରିବେ। ଏହାବ୍ୟତୀତ ପ୍ରଶଂସକମାନଙ୍କୁ ବ୍ରେକିଙ୍ଗ ନ୍ୟୁଜ ମଧ୍ୟ ମିଳିବ।

ନିକଟରେ ଟ୍ବିଟର ତରଫରୁ ଭାରତରେ ଏକ ପୁସ ନୋଟିଫିକେସନ୍ ଫିଚର ଲଞ୍ଚ କରାଯାଇଥିଲା। ଯାହା ମାଧ୍ୟମରେ ୟୁଜରସମାନେ ନିଜ ପସନ୍ଦର ସେଗମେଣ୍ଟ ଯଥା- ଖେଳ, ରାଜନୀତି, ମନୋରଞ୍ଜନ ଧର୍ମୀ ଖବର ପାଇପାରିଥିଲେ। ଏହି ନୋଟିଫିକେସନ୍ ଗୁଡିକ ୟୁଜରସ୍ ମାନଙ୍କର ପସନ୍ଦ ଅନୁସାରେ ଆସିଥାଏ।

- Advertisement -

ଆଇସିସିର ୧୨ତମ ସସ୍କରଣ ମଇ ୩୦ରୁ ଆରମ୍ଭ ହୋଇସାରିଛି। ଯାହା ୧୪ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ବିଶ୍ବକପରେ ୧୦ଟି ଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସମୁଦାୟ ୪୮ଟି ମ୍ୟାଚ ଖେଳାଯିବ। ପ୍ରଶଂସକମାନେ ମ୍ୟାଚର ସିଧାପ୍ରସାରଣ ହଟଷ୍ଟାର ଏବଂ ରିଲାଏନ୍ସ ଜିଓ ଟିଭି ମାଧ୍ୟମରେ ଦେଖିପାରିବେ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories