www.samajalive.in
Sunday, December 7, 2025
26.1 C
Bhubaneswar

ଦହି ପୋଟଳ

ଆବଶ୍ୟକ ସାମଗ୍ରୀ
ପୋଟଳ – ୫୦୦ ଗ୍ରାମ
ବଟା ହୋଇଥିବା (ପିଆଜ,ଅଦା,ରସୁଣ )
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଜିରା ଗୁଣ୍ଡ
ଗରମ ମସଲା
ଲୁଣ – ଆବଶ୍ୟକ ଅନୁଯାୟୀ
ଦହି – ୧କପ
କଟା ଧନିଆ ପତ୍ର
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ପୋଟଳର ପ୍ରଥମ ଓ ଶେଷ ଅଂଶକୁ କାଟି ଏହାର ଚୋପା ଛଡ଼ାଇ ଦିଅନ୍ତୁ ଓ ଛୁରୀରେ ପୋଟଳର ଅଧା ପର୍ଯ୍ୟନ୍ତ କାଟନ୍ତୁ। ଏହି ପୋଟଳରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାତ୍ରରେ ରଖିଥିବା ପୋଟଳକୁ ଭାଜନ୍ତୁ। ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପକାଇ ସେଥିରେ ପିଆଜ, ଅଦା,ରସୁଣ ବଟା, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ, ଅଳ୍ପ ଲୁଣ ପକାଇ କଷନ୍ତୁ। କଷି ହେବା ପରେ ଏଥିରେ ଜିରା ଗୁଣ୍ଡ,ଗରମ ମସଲା ଓ ଭଜା ହୋଇ ରହିଥିବା ପୋଟଳ ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ଦହି ପକାଇ ଗୋଳାଇ ଦିଅନ୍ତୁ ଓ ୩ରୁ ୪ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କଟା ହୋଇଥିବା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପୋଟଳ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories