www.samajalive.in
Tuesday, December 9, 2025
26.1 C
Bhubaneswar

ସଙ୍କଟ ଟାଳିବା ପାଇଁ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶୀଘ୍ର

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାରରେ କିଛି କଂଗ୍ରେସ ବିଧାୟକଙ୍କୁ ନେଇ ସୃଷ୍ଟି ହୋଇଥିବା ସଙ୍କଟ ଟାଳିବାକୁ ଦଳର ରାଜ୍ୟ ପ୍ରଭାରୀ କେ.ସି ​ବେଣୁଗୋପାଳ ବୁଧବାର ପ୍ରୟାସ ଚଳାଇଛନ୍ତି। ସ୍ଥାନୀୟ ଏକ ଅତିଥି ଭବନରେ ସେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀଙ୍କ ସହ ବୁଧବାର ସକାଳେ ଦୀର୍ଘ ଆଲୋଚନା କରିବା ପରେ ଦଳର ବରିଷ୍ଠ ନେତା ସିଦ୍ଧରାମୟା, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର, ଏମ୍‌.ବି ପାଟିଲ, ଡି.କେ ଶିବକୁମାର, ରାଜ୍ୟ କଂଗ୍ରେସ ସଭାପତି ଦିନେଶ କୁଣ୍ଡୁରାଓ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତ ନେତା ସରକାର ପ୍ରତି ବିପଦ ନ ଥିବା ଜୋର୍‌ ​‌େ​‌ଦଇ କହିଥିଲେ। ତେବେ ସେମାନଙ୍କ ମଧ୍ୟରେ ସରକାରର ପୁନର୍ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାଯାଇଛି। ଖୁବ୍‌ ଶୀଘ୍ର ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବ ବୋଲି ସୂଚନା ଦେଇଛନ୍ତି ସିଦ୍ଧରାମୟା। ଅପରପକ୍ଷରେ ସନ୍ଧ୍ୟାରେ କଂ​‌େ​‌ଗ୍ରସ ବିଧାୟକ ଦଳର ବୈଠକ ଅନୁ​ଷ୍ଠିିତ ହୋଇଥିଲା। ଏଥିରେ ନିର୍ବାଚନ ବିପର୍ଯ୍ୟୟର ସମୀକ୍ଷା ହୋଇଥିବା ପ୍ରକାଶ।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories